ଖଇରା ବ୍ଲକରେ ଖୋଲିଲା ୬ଧାନମଣ୍ଡି
![](https://thetruths.in/wp-content/uploads/2022/12/khaira2-gadapokhari-paddy-purchase-1024x576.jpg)
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ର ୬ଧାନମଣ୍ଡି ଶୁକ୍ରବାର ଉଦ୍ଘାଟିତ ହୋଇଛି । ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଗଣେଶ ମହାପାତ୍ର ଓ ସହକାରୀ-ନିବନ୍ଧକ ଅମୁଲ୍ୟ ସେଠୀ ପ୍ରଥମେ ମାଣିତ୍ରୀ ସେବା ସମିତି ଅଧିନରେ ଖୋଲାଯାଇଥିବା ଧାନମଣ୍ଡିର ଉଦ୍ଘାଟନ କରିଥିଲୋପରେ ଅନ୍ତରା, ଓସଙ୍ଗ, ବର୍ତ୍ତନା,ହରିପୁର ଓ ଗଡପୋଖରୀ ମଣ୍ଡିର ଉଦ୍ଘାଟନ କରାଯାଇଥିଲା । ଅନ୍ତରାରେ ସମ୍ପାଦକ ବିକାଶ କୁମାର ନାୟକ ଓ ବୋର୍ଡ ସଭାପତି ଅଜୟ କୁମାର ସାମଲଙ୍କ ତତ୍ୱାବଧାନରେ ଧାନକିଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିଭଳି ବର୍ତ୍ତନାରେ ପରିଚାଳନା ବୋର୍ଡ ସଭାପତି ନିରଞ୍ଜନ ମହାପାତ୍ର ଓ ଉପସଭାପତି ପ୍ରତିମା ରାୟ,ପ୍ରାକ୍ତନ ସମିତି ସଭ୍ୟ ରଘୁନାଥ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ହରିପୁର ସମିତି ମଣ୍ଡିରେ ସମ୍ପାଦକ ରଞ୍ଜନ କୁମାର ରାଉତ,ବୋର୍ଡ ସଭାପତି ଆନନ୍ଦ ଚରଣ ଜେନା,ସରପଞ୍ଚ ପ୍ରଦୀପ ବେହେରା ଓ ବିଚିତ୍ର ପାତ୍ର,ପ୍ରାକ୍ତନ ସରପଞ୍ଚ ବିଷ୍ଣୁପଦ ଘଡେଇ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ଗଡପୋଖରୀ ସମିତିରେ ସମ୍ପାଦକ ମାନସ କୁମାର ସାହୁଙ୍କ ତତ୍ୱାବଧାନରେ ଏହି ମଣଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ଗଜେନ୍ଦ୍ର ପରିଡା,ବୋର୍ଡ ସଭାପତି ପ୍ରଦୀପ କୁମାର ଜେନା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।