ଅବକାରୀ ଚଢଉ କାର ଓ ବାଇକ ସମେତ ୫୬୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
![](https://thetruths.in/wp-content/uploads/2022/10/excise.jpg)
କଟକ : କଟକ ଜିଲ୍ଲାପାଳ ଓ ଅବକାରୀ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ କର୍ମଚାରୀମାନେ ଗତକାଲି ସଦର ଥାନା ଅନ୍ତର୍ଗତ କାଜିପାଟଣା ଓ ଚୈାଦ୍ୱାର ଥାନା ଅନ୍ତର୍ଗତ କଜଳକଣାରେ ଚଢଉ କରି ୫୬୦ ଲିଟର ଦେଶୀ ମଦ, ଗୋଟିଏ ମାରୁତି ସ୍ୱିଫ୍ଟ କାର, ଗୋଟିଏ ସିଡି-୧୦୦ ବାଇକ ଜବତ କରିଥିଲେ । ତେବେଏହି କାରବାରରେ ସଂପୃକ୍ତ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତଜଣକ ସରସ୍ୱତୀପୁରର ବିଭୂତି ପୁର୍ତ୍ତି ଓ ଫେରାର ହୋଇଥିବା ଅସାଧୁ ବେପାରୀ ଜଣକ ହେଲେ ଖଣ୍ଡୁଆଳି, ଡାଳୁଆର ସୁଶାନ୍ତ କୁମାର ସାହୁ । ଏହି ଚଢଉରେ ଅବକାରୀ ଇନ୍ସପେକ୍ଟର ପ୍ରଭାସ କୁମାର ଚୈାଧୁରୀ, ପ୍ରଶାନ୍ତ କୁମାର ମହାନ୍ତି, ଏସଆଇ ହେମନ୍ତ କୁମାର ମଲ୍ଲିକ, ଆଶୁତୋଷ ଜେନା, ସୁଶୀଲ ଦେହୁରୀ, ଚନ୍ଦନ ସିଂହ ଓ ଜିତେନ୍ଦ୍ର ବଳବନ୍ତରାୟ ପ୍ରମୁଖ ସାମିଲ ଥିଲେ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।