୪ହଜାର ଟପିଲା ତୁର୍କୀ ଭୂକମ୍ପ ମୃତ୍ୟୁସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି
![](https://thetruths.in/wp-content/uploads/2023/02/Turkey-Earthquake.jpg)
ଅଙ୍କାରା : ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ତୁର୍କୀ ଓ ସିରିଆରେ ଭୀଷଣ କ୍ଷତିଗ୍ରସ୍ତ । ବ୍ୟାପକ ଧନ ଜୀବନ ନଷ୍ଟ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ହଜାର ଲୋକଙ୍କ ଆହତ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ଏଯାବତ୍ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କ୍ରମାଗତ ୩ଟି ବଡ଼ଧରଣର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ। ସେଠାକାର ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ବହୁ ଲୋକ ଧ୍ବଂସସ୍ତୂପ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର୍ସୋର୍ରେ ଉଦ୍ୟମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ସିରିଆ ସରକାର ଅନ୍ତଃରାଷ୍ଟ୍ରୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ଏହାସହ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ତୁର୍କୀ ସରକାର।
Two powerful earthquakes struck Turkey on Monday, collapsing buildings in dozens of cities and killing thousands of people in the south of the country and in northern Syria. We’re mapping this developing story. https://t.co/OLfkO51y54
— The New York Times (@nytimes) February 7, 2023
ତୁର୍କୀ ଭୂମିକମ୍ପକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରିଛି । ଏହି ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ଆହୁରି ବଢ଼ିପାରେ ବୋଲି ହୁ ଅଧିକାରୀ କହିଛନ୍ତି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟାର ୮ଗୁଣ ବଢିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ହୁର ରିପୋର୍ଟ ଅନୁଯାୟୀ, ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏମାନଙ୍କ ମଧ୍ୟରେ ଅଧିକାଂଶଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ଏହି ଶକ୍ତିଶାଳୀ ଭୂମିକମ୍ପରେ ଏପର୍ଯ୍ୟନ୍ତ ଉଭୟ ଦେଶରେ ୪ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ତୁର୍କୀରେ ସର୍ବାଧିକ ୨୩୭୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ସିରିଆରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସିରିଆ ସୀମାନ୍ତ ଅଞ୍ଚଳରେ ପ୍ରାୟ ୧୪୪୪ଜଣ ଲୋକଙ୍କ ପ୍ରାଣ ହରାଇଛନ୍ତି । ତୁର୍କୀରେ ଉଦ୍ଧାରକରୀ ଦଳ ୭ହଜାର ୩୪୦ଜଣଙ୍କୁ ସୁରକ୍ଷିତ ଭବେ ଉଦ୍ଧାର କରିଛନ୍ତି । ଏଥିରେ ୧୫ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥି ମଧ୍ୟରୁ ତୁର୍କୀରେ ୧୩ହଜାର ୨୯୩ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସେହିପରି ସିରିଆରେ ୩ହଜାର ୪୧୧ଜଣ ଲୋକ ଆହତ ହୋଇଛନ୍ତି । ଉଭୟ ଦେଶରେ ପ୍ରାୟ ୫ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି ।
ତୁର୍କୀ ଭୂମିକମ୍ପ ପ୍ରଭାବିତଙ୍କୁ ସହଯୋଗର ହାତ ବଢ଼ିଇଛି ଭାରତ । ଏନଡିଆରଏଫର ୨ଟି ଟିମ୍ ତୁର୍କୀ ଓ ସିରିଆରେ ପହଞ୍ଚି ସାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ ଅଧିକାରୀ ମୋହସେନ ଶାହେଦି । ଏହାଛଡ଼ା ଭାରତ ପକ୍ଷରୁ ମେଡ଼ିକାଲ ଟିମ୍ ନିୟୋଜିତ ହୋଇଥିବା ବେଳେ ମେଡିସିନ୍ ମଧ୍ୟ ଯୋଗାଇ ଦିଆଯାଇଛି । ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଅନ୍ୟପଟେ ଭୟଙ୍କର ଭୂମିକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମୃତକଙ୍କ ପରିବାର ଶୋକସନ୍ତପ ଜଣାଇଛନ୍ତି ।