ରାତିରେ ହଠାତ ଲାଗିଲା ନିଆଁ : ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ
![](https://thetruths.in/wp-content/uploads/2021/09/Himachalpradesh-Fire.jpeg)
ଚମ୍ବା : ହିମାଚଳ ପ୍ରଦେଶର ଚମ୍ବା ଜିଲାର ତିସା ଥାନା ଅନ୍ତର୍ଗତ ଅଞ୍ଚଳରେ ଅଘଟଣ । ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଏକ ଘରେ ହଠାତ ଅଗ୍ନିକାଣ୍ଡ ଘଟିଥିଲେ। ପରିବାର ଲୋକେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣି ପରି ନଥିଲେ । ଫଳରେ ଏହି ଅଗ୍ନିକାଣ୍ଡରେ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହାସହ ଜଣେ ମହିଳା ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।