ହୀରାକୁଦକୁ ପ୍ରବେଶ କରୁଛି ୪ଲକ୍ଷ ୭୪ହଜାର ୬୪୬ କ୍ୟୁସେକ ଜଳ, ଖୋଲିଲା ଆଉ ୫ ଗେଟ
![](https://thetruths.in/wp-content/uploads/2023/07/Hirakud-Dam.jpg)
ସମ୍ବଲପୁର : ତଳମୁଣ୍ଡରେ ବନ୍ୟା ପରିସ୍ଥିତି ବେଳେ ଉପରମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି। ଫଳରେ ଗତକାଲି ଠାରୁ ହୀରାକୁଦକୁ ବ୍ୟାପକ ମାତ୍ରାରେ ପାଣି ଆସୁଛି। ଆଜି ମଧ୍ୟାହ୍ନ ବେଳକୁ ଜଳଭଣ୍ଡାରକୁ ୪ ଲକ୍ଷ ୭୪ ହଜାର ୬୪୬ କ୍ୟୁସେକ ଜଳ ପ୍ରବେଶ କରୁଛି। ସେପଟେ ଜଳସ୍ତର ୬୧୬ ଫୁଟ ଅତିକ୍ରମ କରିଛି। ଫଳରେ ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆହୁରି ୫ଟି ଗେଟ ଖୋଲିଛନ୍ତି। ମୋଟ ୭ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ୭ଟି ଗେଟ ଦେଇ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ ଜଳ ମହାନଦୀକୁ ଛଡାଯାଇଛି।
ଛତିଶଗଡ଼ର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ । ଅପରାହ୍ନରେ ହୀରାକୁଦ ଗେଟ୍ ଖୋଲାଯିବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବ। କାଲି ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢୁଛି। ଏବେ ହୀରାକୁଦର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୭୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬୯ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।