ଭାରତରେ ପହଞ୍ଚିଲା ୩୬ ତମ ରାଫାଲ, ବାୟୁସେନାର ଶକ୍ତି ବୃଦ୍ଧି
ନୂଆଦିଲ୍ଲୀ : ଆହୁରି ମଜଭୁତ ହେଲା ଭାରତୀୟ ବାୟୁସେନାର ଶକ୍ତି । ଗୁରୁବାର ବାୟୁସେନାରେ ସାମିଲ ହେଲା ଆଉ ଏକ ରାଫାଲ ବିମାନ । ଫ୍ରାନ୍ସ ସହ ହୋଇଥିବା ରାଫାଲ ଚୁକ୍ତି ଅନୁଯାୟୀ ଶେଷ ତଥା ୩୬ ତମ ରାଫାଲ ବିମାନ ଭାରତରେ ପହଞ୍ଚିଛି । ପଶ୍ଚିମବଙ୍ଗର ହାସିମାରା ଏୟାର ବେସରେ ଏହି ରାଫାଲକୁ ଲ୍ୟାଣ୍ଡ କରାଯାଇଛି । ଏହାସହ ଫ୍ରାନ୍ସ ସହିତ ହୋଇଥିବା ରାଫାଲ ଚୁକ୍ତି ଶେଷ ହୋଇଛି । ଭାରତୀୟ ବାୟୁସେନା ଟୁଇଟ କରି ଏହି ସୂଚନା ଦେଇଛି ।
ସୂଚନା ଯେ, ପ୍ରଥମ ରାଫାଲ ଯୁଦ୍ଧ ବିମାନ ଗତବର୍ଷ ଜୁଲାଇରେ ଭାରତ ଆସିଥିଲା । ମାଚାର ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ୩୬ ତମ ତଥା ଶେଷ ରାଫାଲ ବିମାନ ଭାରତ ପହଞ୍ଚିବା ପାଇଁ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିବା ପରେ ୟୁଏଇ ଏୟାରକ୍ରାପ୍ଟରୁ ଆକାଶରେ ଇନ୍ଧନ ଭରିଥିଲା ଓ ଏହାପରେ ଭାରତରେ ଲ୍ୟାଣ୍ଡ କରିଥିଲା । ସୂଚନାଯୋଗ୍ୟ, ମୋଦି ସରକାର ୨୦୧୬ରେ ଫ୍ରାନ୍ସ ସହ ୫୯,୦୦୦ କୋଟି ଟଙ୍କାର ଚୁକ୍ତି ସହ ଫ୍ରାନ୍ସ ନିକଟରୁ ୩୬ଟି ରାଫାଲ ଯୁଦ୍ଧ ବିମାନ କ୍ରୟ କରିବାକୁ ଚୁକ୍ତି କରିଥିଲେ ।