ସରିଲା ୩୩ ବର୍ଷର ଚନ୍ଦ୍ରଭାଗା ମହୋତ୍ସବ; ଉଦ୍ଯାପନୀ ସନ୍ଧ୍ୟାରେ ନାଟକ ‘ଛାଞ୍ଚୁଣୀ’ ପରିବେଷଣ
![](https://thetruths.in/wp-content/uploads/2023/01/Chandrabhaga-Festival.jpg)
ବାଲେଶ୍ୱର : ସରିଲା ୩୩ ବର୍ଷର ଚନ୍ଦ୍ରଭାଗା ମହୋତ୍ସବ । ବାଲେଶ୍ୱର ସହର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଯୋଗ ଦେଇଥିଲେ । ଅତିଥି ଭାବେ ଶିକ୍ଷାବିତ୍ ପ୍ରହଲ୍ଲାଦ ମହାନ୍ତି, ଶିକ୍ଷାବିତ୍ ଭାଗବତ ପାଣିଗ୍ରାହୀ, ଧୀରେନ୍ଦ୍ର ନାରାୟଣ ଦାସ, ରାଜୀବ ପାଣି, ଶତୃଘ୍ନ ମଲ୍ଲିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଆଇନଜୀବୀ ପର୍ଶୁରାମ ପ୍ରଧାନ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚନ୍ଦ୍ରଭାଗାର ପ୍ରତିଷ୍ଠାତା କବି ଶ୍ରୀଦେବ ସ୍ୱାଗତ ଭାଷଣ ରଖିଥିଲେ । କବୟିତ୍ରୀ ଯଶୋଧାରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦ୍ଯାପନୀ ଦିବସରେ ନୃତ୍ୟାଶ୍ରୟୀ ରୋନାଲିସା ପଣ୍ଡା, ଅରୁଣାଂଶୁ ପାଣିଗ୍ରାହୀ, ଏବଂ ଏସ୍ କେ ରାଜାଙ୍କ ସହଯୋଗିତାରେ ‘ନାଚ୍\’ ଅନୁଷ୍ଠାନରର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ପୁରଷ୍କାର ବିତରଣ କରାଯାଇଥିଲା । ଶେଷରେ ଚନ୍ଦ୍ରଭାଗାର ସୌଜନ୍ୟତାରେ ନାଟକ ‘ଛାଞ୍ଚୁଣୀ\’ ପରିବେଷଣ ହୋଇଥିଲା । ଏହି ନାଟକରେ ଅବନୀ କୁମାର ଜେନା, ରିନା ପାତ୍ର, ଅଜୟ କୁମାର ପାତ୍ର, ଆଇନଜୀବୀ କିଶୋର କୁମାର ପତି, ଜ୍ୟୋତିର୍ମୟୀ ଶତପଥୀ, ଅରୁପ ନାୟକ, ରମେଶ ମଲ୍ଲିକ, ସଞ୍ଜୀବ ନାୟକ, ଅମ୍ବିକା ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।