୩ ଶିକାରୀଙ୍କୁ ଗିରଫ, ବନ୍ଧୁକ ସହ ଅଫୁଟା ଗୁଳି ଜବତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡରେ ପ୍ରତିଦିନ ବନ୍ୟପ୍ରାଣୀ ଶିକାର ହେଉଥିବା ନେଇ ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ କିସିଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖଲାଶୁଣି ସଂରକ୍ଷିତ ଜଙ୍ଗଲରେ ପଶୁ ଶିକାର ଅଭିଯୋଗରେ ୩ ଜଣ ଶିକାରୀଙ୍କୁ ବନ କର୍ମଚାରୀ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଅଫୁଟା ଗୁଳି ଜବତ କରାଯାଇଛି । ତେବେ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।