ଛତିଶଗଡର ସୁକମା ଠାରେ ନକ୍ସଲବାଦୀ ମାନଙ୍କ ସହ ଏନକାଉଂଟରରେ ୩ ଜଣ ଜବାନଙ୍କ ବଳିଦାନ
![](https://thetruths.in/wp-content/uploads/2023/02/3-16.jpg)
ସୁକମା : ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନା ଅଂଚଳରେ ଶନିବାର ସକାଳେ ପୋଲିସ ଓ ସୁରକ୍ଷା ବଳର ଜବାନ ମାନଙ୍କ ମଧ୍ୟରେ ଏନକାଉଂଟରରେ ତିନି ଜଣ ଜବାନ ବଳିଦାନ ଦେଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତ ଜବାନ ମାନଙ୍କୁ ସୁକମା ନିଆଯାଉଛି । ଛତିଶଗଡ ପୋଲିସର ଆଇଜି ପି ସୁନ୍ଦରରାଜନ ଏହାର ପୁଷ୍ଟି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଦନ୍ତେୱାଡା ଓ ସୁକମାର ଡିଆରଜି ଟିମ ସର୍ଚିଂରେ ବାହାରିଥିଲା । ବାଇକରେ ଯାଉଥିବା ଜବାନ ମାନଙ୍କ ଉପରେ କୁଣ୍ଡେର ନିକଟରେ ଅତର୍କିତ ଗୁଳି ଚାଳନା କରିଥିଲେ ନକ୍ସଲବାଦୀ । ଏହା ପରେ ଜବାନ ମାନେ ପାଲଟା ଜବାବ ଦେଇଥିଲେ । ହେଲେ ନକ୍ସଲବାଦୀ ମାନଙ୍କ ଗୁଳିରେ ତିନି ଜଣ ଜବାନ ବଳିଦାନ ଦେଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।