ଦେଶରେ ଶୁକ୍ରବାର ସୁଦ୍ଧା ଦିଆଗଲାଣି ୨୨୦. ୭୧ କୋଟିରୁ ଅଧିକ କରୋନା ଟୀକା
![](https://thetruths.in/wp-content/uploads/2021/12/COVID-vaccine-1024x683.jpg)
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ଶୁକ୍ରବାର ସକାଳ ୮ ଟା ସୁଦ୍ଧା ୨୨୦.୭୧ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୨୫ ହଜାର ୫୮୨ ରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୬୮ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୧୯୧୨ ଅଛି । ଗତ ୨୪ ଘଂଟାରେ ଆକ୍ଟିଭ କେସ ୦.୦୧ ପ୍ରତିଶତ ଅଛି ।