ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା
![](https://thetruths.in/wp-content/uploads/2022/05/fire-broke-1024x683.png)
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଦରଡ଼ା ପଞ୍ଚାୟତ ଅନ୍ତର୍ଗତ କୁଣ୍ଢେଇ ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିତ୍ୟାନନ୍ଦ ଜେନାଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ଚୁଲି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଘରର ସମସ୍ତ ଆସବାବପତ୍ର, ବାସନକୁସନ, ଲୁଗାପଟା ଓ ଘରକରଣା ସାମଗ୍ରୀ ଆଦି ପୋଡ଼ି ନଷ୍ଟ ହୋଇଯାଇଛି । ଖବରପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।