ଦେଶରେ ଆଉ ୧୯୯୭ କରୋନା ସଂକ୍ରମିତ ଚିହ୍ନଟ
![](https://thetruths.in/wp-content/uploads/2022/07/India-Corona-Status-3.jpeg)
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ କମିବାର ଲକ୍ଷ୍ୟ କରାଯାଉଛି । ଶୁକ୍ରବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୧ ହଜାର ୯୯୭ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୩,୯୦୮ ଜଣ ରେକର୍ଡକୁ ଆସିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୪୦ ଲକ୍ଷ ୪୭ ହଜାର ୩୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୭୫ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୩୦ ହଜାର ୩୬୨ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୦.୯୪ ପ୍ରତିଶତ ଅଛି । ଗତ ୨୪ ଘଂଟାରେ ୩ ଲକ୍ଷ ୯୭ ହଜାର ଟେଷ୍ଟ କରାଯାଇଛି ।