ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ
![](https://thetruths.in/wp-content/uploads/2022/11/Kantabanjhi.jpg)
bandh
କଣ୍ଟାବାଞ୍ଜି : ରାଜ୍ୟର ଏବେ କିଚିସ୍ଥାନରେ ନୂଆ ଜିଲା ପାଇଁ ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଜିଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । ଜିଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ଜାରି ରହିଛି । ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ, ସରକାରୀ ଅଫିସ ବନ୍ଦ ରହିଛି । ବିଭିନ୍ନ ଛକମାନଙ୍କରେ କମିଟିର ସଦସ୍ୟମାନେ ମେଳି ହୋଇଛନ୍ତି । ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।