ବ୍ରିଟେନରେ ୧୧ବର୍ଷର ଶିଶୁ ହେଲା ମା’
![](https://thetruths.in/wp-content/uploads/2021/06/Lady-Mother.jpg)
ନୂଆଦିଲ୍ଲୀ: ବ୍ରିଟେନରେ ୧୧ବର୍ଷର ଶିଶୁ ମା’ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଏହି ଘଟଣା ଶୁଣି ଆପଣଙ୍କୁ ବିଶ୍ବାସ ହେଉ ନଥିଲେ ବି ବାସ୍ତବରେ ଏମିତି ଘଟିଛି। କୁହାଯାଉଛି କି ଏହି ବାଳିକା ଜଣକ ବ୍ରିଟେନର ସବୁଠାରୁ କମ୍ ବୟସର ମା’ ହୋଇଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ୩୦ ସପ୍ତାହର ଅନ୍ତସତ୍ତ୍ବା ପରେ ଝିଅ ଜଣକ ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଝିଅଟି ଅନ୍ତସତ୍ତ୍ବା ଥିବା ତାଙ୍କ ପରିବାରଲୋକ କେହି ଜାଣି ନଥିଲେ। ଝିଅ ସନ୍ତାନ ପ୍ରସବ କରିବା ପରେ ଯାଇ ପରିବାରଲୋକ ଜାଣି ପାରିଲେ। ଏହି ଘଟଣା ପରେ ସାମାଜିକ ସଂସ୍ଥା ଓ ସେବା ପରିଷଦର ପ୍ରମୁଖ ଏହି ଘଟଣାର ଯାଞ୍ଚ କରୁଛନ୍ତି। ପରିବାରକୁ ଜାଣିଥିବା ସୂତ୍ରରୁ ପ୍ରକାଶ: ପରିବାର ପାଇଁ ଏହା ଏକ ଝଟକା ଥିଲା। ମା’ ଓ ଶିଶୁ ଦୁହେଁ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଜଣେ ୧୨ବର୍ଷର ବାଳିକା ୨୦୦୬ରେ ଶିଶୁକୁ ଜନ୍ମ ଦେଇଥିବା ଏକ ଖବର ସାମ୍ନାକୁ ଆସିଥିଲା। ବ୍ରିଟେନରେ ଏଭଳି ଘଟଣାର ବାରମ୍ବାର ଘଟୁଥିବା ହେତୁ ସରକାରଙ୍କ ଚିନ୍ତାର କାରଣ ପାଲଟିଛି।