୧୦ମ ଡ୍ରିମ୍ସ ରାଜ୍ୟସ୍ତରୀୟ ଶଙ୍ଖ ଧ୍ୱନି ପ୍ରତିଯୋଗୀତା
![](https://thetruths.in/wp-content/uploads/2023/01/Dreams-State-Level-Conch-Sound-Competition-1024x769.jpg)
ବାଲେଶ୍ୱର : ବାଲେଶ୍ୱର ସହର ଅରଡ଼ବଜାର ସ୍ଥିତ ଡ୍ରିମ୍ସ ଆଇଡ଼ିଆଲ୍ ସ୍କୁଲ ପରିସରରେ ୧୦ମ ରାଜ୍ୟସ୍ତରୀୟ ଶଙ୍ଖ ଧ୍ୱନି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାକୁ ୱାର୍ଡ଼ କାଉନ୍ସିଲର ରଞ୍ଜିତା ମହାପାତ୍ର ଉଦ୍ଘାଟନ କରି ଉକ୍ତ ପ୍ରତିଯୋଗିତା ଲୋପ ପାଇବାକୁ ବସିଥିବା ପରମ୍ପରାକୁ ଉଜ୍ଜୀବିତ କରି ପାରିବ ବୋଲି ମତପୋଷଣ କରିଥିଲେ । ପ୍ରତିଯୋଗିତା ସକାଳ ୮ଟାରୁ ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ମେହବୁବା ଆଲ୍ମ ବିଚାରକ ଥିଲେ ।
ସଭାକାର୍ଯ୍ୟ ପରିଚାଳନା ବିଦ୍ୟାଳୟ ର ପ୍ରତିଷ୍ଠାତା ଗଙ୍ଗାଧର ଦାସ କରିଥିଲେ । ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟର ସମ୍ପାଦକ ଭାବଗ୍ରାହୀ ମହାନ୍ତି । ଏଥିରେ ଅଧିକ ସଂଖ୍ୟକ ପ୍ରତିଯୋଗୀଙ୍କ ଯୋଗଦାନ ପାଇଁ ଆଶା ପ୍ରକାଶ କରିଥିଲେ । ଅତିଥି ଭାବେ କବି କାଳିପଦ ପଣ୍ଡା ଯୋଗଦେଇ ଏହାକୁ ଏକ ଉନ୍ନତମାନର ପ୍ରୟାସ ବୋଲି ଅଭିହିତ କରିବା ସହ ଅନୁଷ୍ଠାନ ଏହିଭଳି ବହୁବିଧ ଜନସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ବିଚାରକ ଅନୁପମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।