କାଶୀ ଓ ତାମିଲନାଡୁର ସମ୍ପର୍କ ହଜାରେ ବର୍ଷ ପୁରୁଣା – ନଟରାଜନ ଚନ୍ଦ୍ରଶେଖରନ
![](https://thetruths.in/wp-content/uploads/2022/12/SA-1.jpg)
ବାରାଣସୀ : ଦେଶର ପ୍ରସିଦ୍ଧ ଶିଳ୍ପପତି ଟାଟା ସନ୍ସ ଅଧ୍ୟଧ ନଟରାଜ ଚନ୍ଦ୍ରଶେଖରନ୍ କାଶୀ ତାମିଲ ସଙ୍ଗମରେ ଭାଗ ନେବାକୁ ବୁଧବାର ବାରାଣସୀରେ ପହଞ୍ଚି ଛନ୍ତି । ବିଏଚୟୁ ଆମ୍ଫିଥେଟର ଗ୍ରାଉଣ୍ଡରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳରେ ବିଏଚୟୁ କୁଳପତି ପଦ୍ମଶ୍ରୀ ଶ୍ରୀ ସୁଧୀର କୁମାର ଜୈନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ । ଟାଟା ସନ୍ସର ଚେୟାରମ୍ୟାନ ବିଏଚୟୁ କୁଳପତିଙ୍କ ସହ ସଙ୍ଗମର ୭୫ଟି ଷ୍ଟଲ୍ ଏବଂ ମୁଖ୍ୟ ମଞ୍ଚ ଏବଂ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ କାଶୀ ଏବଂ ତାମିଲନାଡୁ ମଧ୍ୟରେ ସମ୍ପର୍କ ହଜାରେ ବର୍ଷ ପୁରୁଣା ।