ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆଜିଠୁ
![](https://thetruths.in/wp-content/uploads/2022/06/images-1.jpeg)
ଭୁବନେଶ୍ୱର : ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ । ଏଥିପାଇଁ ଶେଷ ତାରିଖ ଜୁଲାଇ ୧୨ ରହିଛି । ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଆବେଦନ କରିପାରିବେ ।ଜୁଲାଇ ୧୩ ଓ ୧୪ ତାରିଖରେ ଆବେଦନ ଦରଖାସ୍ତରେ ଆବଶ୍ୟକ ସଂଶୋଧନ କରାଯାଇପାରିବ । ଏବଂ ଜୁଲାଇ ୨୦ ତାରିଖରୁ ଆଡମିଟ କାର୍ଡ ପାଇପାରିବେ ଛାତ୍ରଛାତ୍ରା । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ ।ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଚଏସ୍ ଫିଲିଂ ଓ ସେପ୍ଟେମ୍ବର ୫ ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ ।