ମାଓବାଦି ନାରେ ଧମକ ଦେଇ ଯୁବକ ଗିରଫ

ଝାରସୁଗୁଡା : ମାଓବାଦି ନା ରେ ନିଜ କମ୍ପାନୀର ସାଇଟ ଇନଚାର୍ଜ ଓ ଏଚ ଆର ହେଡ଼ଙ୍କୁ ଧମକ ଦେଇ ଜଣେ ଯୁବକ ଗିରଫ ହୋଇଛନ୍ତି l ଗିରଫ ଯୁବକ ଜଣକ ବେଦାନ୍ତ କମ୍ପାନୀରେ ଠିକା କାମ କରୁଥିବା ସିମେନ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ କମ୍ପନୀରେ ଫିଟର ଭାବରେ କାର୍ଯ୍ୟ କରୁଥିବା ଯୁଧିଷ୍ଠିର ପ୍ରଧାନ(36)ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଯୁଧିଷ୍ଠିର ପଶ୍ଚିମ ଓଡ଼ିଶା ମାଓବାଦି ସଙ୍ଘର ନା ରେ ତାଙ୍କ କମ୍ପନୀର ସାଇଟ ଇନଚାର୍ଜ ଅବତୁର ଖାନଙ୍କୁ ଫୋନ କରି କମ୍ପାନୀରେ କାମ କରୁଥିବା ପଶ୍ଚିମ ଓଡ଼ିଶାର ଯୁବକ ମାନଂକୁ ବିଭିନ୍ନ ସୁବିଧା ଯୋଗାଇବାସହ ମାଓ ସଂଗଠନ ନାରେ ଟଙ୍କା ମାଗିଥିଲେ l ଟଙ୍କା ନଦେଲେ ଜୀବନରେ ମାରି ଦିଆ ଯିବ ବୋଲି ଚିଠି ଏବଂ ଫୋନ କରି ଅବତୁରଙ୍କୁ ଡ଼ରାଇଥିଲେ l ଏଥିରେ ଅବତୁର ଭୟଭିତ ହୋଇ ଝାରସୁଗୁଡା ଛାଡି ନିଜ ଗାଁକୁ ପଳାଇଥିଲେ l ଏହାପରେ ଯୁଧିଷ୍ଠିର ତାଙ୍କ କମ୍ପାନୀର ଏଚଆର ହେଡ଼ ରଂଜିତ ମହାପାତ୍ରଙ୍କୁ ମାଓବାଦୀର ପରିଚୟ ଦେଇ ଚିଠି ପଠାଇବାସହ ଫୋନ କରି ଟଙ୍କା ମାଗିଥିଲେ ଏବଂ ପଶ୍ଚିମ ଓଡ଼ିଶାର ପିଲାଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ ଧମକ ଦେଇଥିଲେ l ଏବଂ ତାଙ୍କ କଥାକୁ ଯଦି କମ୍ପନୀ କର୍ତ୍ତୃପକ୍ଷ ନମାନନ୍ତି ତେବେ ସେ ଏଚଆର ହେଡ଼ଙ୍କୁ ହତ୍ୟା କରି ତାଙ୍କ କଟା ମୁଣ୍ଡ ଜଙ୍ଗଲରେ ଫିଙ୍ଗି ଦେବେ ବୋଲି ଧମକ ଦେଇଥିଲେ l ତେବେ ଏନେଇ ଅବତୁର ବଡ଼ମାଲ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିବାସହ ନିଜକୁ ମାଓବାଦୀର ପରିଚୟ ଦେଇ ଧମକ ଦେଉଥିବା ଯୁଧିଷ୍ଠିରକୁ ଗିରଫ କରି କରିଛି l