ଦହି କବାବ
ସାମଗ୍ରୀ :
ଦହି- ୧୫୦ ଗ୍ରାମ୍, କଟା କଞ୍ଚା ଲଙ୍କା-୧୦ ଗ୍ରାମ୍, କଟା ସିମ୍ଲା ଲଙ୍କା- ୨୦ଗ୍ରାମ୍, ଭଜା ଚଣା ଡାଲି- ୨୫ ଗ୍ରାମ୍, ଗୁଜୁରାତି- ୨ଗ୍ରାମ୍, ଚିନି ଗୁଣ୍ଡ- ୫ ଗ୍ରାମ୍, କଟା ଧନିଆ ପତ୍ର- ୧୦ ଗ୍ରାମ୍, ଘିଅ- ୩୦ଗ୍ରାମ୍, ରିଫାଇନ୍ ତେଲ୨୫୦ ଗ୍ରାମ୍, ଏବଂ ଲୁଣ(ସ୍ୱାଦ ଅନୁସାରେ) ।
ପ୍ରଣାଳୀ :
ଗୋଟିଏ ପାତ୍ରରେ ଦହି, ଗୁଜୁରାତି ଗୁଣ୍ଡ, କଟା ଲଙ୍କା, ଚିନି ଗୁଣ୍ଡ, ଭଜା ଚଣା ଡାଲି, ଘିଅ ପକାଇ ଭଲଭାବେ ଗୋଳାନ୍ତୁ । ଭଲଭାବେ ଫେଣ୍ଟିହେବା ପରେ ସେଥିରେ କଟା ସିମ୍ଲା ଲଙ୍କା, କଟା ଧନିଆ ପତ୍ର ଏବଂ ଲୁଣ ପକାଇ ପୁଣି ଗୋଳାନ୍ତୁ । ଏହି ଏହି ମିଶ୍ରଣକୁ ନେଇ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରନ୍ତୁ । କଡ଼େଇରେ ତେଲ ଗରମ କରି ସେଥିରେ ଗୋଳାକୁ ଛାଣନ୍ତୁ । ଲାଲ୍ ହେବା ପରେ କାଢ଼ିଦିଅନ୍ତୁ । ଏବେ ପ୍ରସ୍ତୁତ ହେଲା ଦହି କବାବ୍ । ଏହାକୁ ଚଟଣି ସହ ପରଷନ୍ତୁ ।