ମରାଠୀ ସାଗୁଦାନା ବରା
ସାମଗ୍ରୀ :
୧୨୦ ଗ୍ରାମ୍ ସାଗୁଦାନା, ୫୦ ଗ୍ରାମ୍ ଆଳୁ, ୨୦ ଗ୍ରାମ୍ ଧନିଆ ପତ୍ର, ୫୦ ମିଲିଲିଟର ରିଫାଇନ୍ ତେଲ, ୩୦ଗ୍ରାମ୍ ଗ୍ରୀନ୍ (ଧନିଆ ପତ୍ର, ପୁଦିନା ପତ୍ର, କଞ୍ଚା ଲଙ୍କା, ରସୁଣ, ଲେମ୍ବୁରସ, ଲୁଣ ଓ ଅଦା ପେଷ୍ଟ୍ରୁ ପ୍ରସ୍ତୁତ) ଚଟଣି, ୧୫ ଗ୍ରାମ୍ ଭଜା ବାଦାମ, ୫ ଗ୍ରାମ୍ ଭୃଶଙ୍ଗ ପତ୍ର ଏବଂ ଲୁଣ (ସ୍ୱାଦ ଅନୁସାରେ) ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ସାଗୁଦାନାକୁ ୨-୩ ଘଂଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖନ୍ତୁ । ସାଗୁଦାନା ଭଲ ଭାବେ ବତୁରି ଗଲା ପରେ ତାକୁ କଡେଇରେ ତେଲ ଗରମ କରି ଭାଜନ୍ତୁ । ଭଜା ସାଗୁଦାନାକୁ ପ୍ଲେଟ୍ରେ କାଢ଼ି ଅନ୍ୟତ୍ର ରଖନ୍ତୁ । ଏବେ ଆଳୁକୁ ସିଝାଇ ରଖନ୍ତୁ । ଗୋଟିଏ ବାଉଲ୍ରେ ଚଟଣିକୁ ଛାଡ଼ି ବାକି ସମସ୍ତ ସାମଗ୍ରୀକୁ ଏକାଠି କରନ୍ତୁ । ଏସବୁକୁ ବିନା ପାଣିରେ ଭଲଭାବେ ଚକଟି ବରା ଆକାର ଦିଅନ୍ତୁ । କଡ଼େଇରେ ତେଲ ଗରମ କରି ବରାକୁ ଅଳ୍ପ ଆଞ୍ଚରେ ଫ୍ରାଏ କରନ୍ତୁ । ଏବେ ବରାକୁ ପ୍ଲେଟ୍କୁ କାଢ଼ି ଗ୍ରୀନ୍ ଚଟଣି ସହ ଗରମ ଗରମ ପରଷନ୍ତୁ ।