ଚଟ୍ପଟା ଆଳୁ କୋବି ମସଲା

ସାମଗ୍ରୀ :
ଫୁଲ କୋବି ୭୦୦ଗ୍ରାମ୍, ଆଳୁ- ୩, ମେଥି ଶାଗ- ୨୦୦ଗ୍ରାମ୍, ସୋରିଷ ତେଲ- ୪ଚାମଚ, ସୋରିଷ୧ଚାମଚ, ଜିରା- ୧ଚାମଚ, ଭୃଶଙ୍ଗ ପତ୍ର- ୮, କଟା ଅଦା- ୫ଗ୍ରାମ୍, କଟା କଂଚା ଲଙ୍କା- ୨, ଲେମ୍ବୁ ରସ- ୨ଚାମଚ, ଆମ୍ଚୁର୍ ପାଉଡର୍- ୧ ଚାମଚ, ଡାଳିମ୍ବ- ୩୦ ଗ୍ରାମ୍, ପାଣି ଓ ଲୁଣ (ସ୍ୱାଦ ଅନୁସାରେ) ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ କୋବିକୁ ଛୋଟ ଛୋଟ କରି କାଟି ଭଲଭାବେ ଧୋଇ ଦିଅନ୍ତୁ । ସେଥିରେ ସାମାନ୍ୟ ଲୁଣ ଓ ପାଣି ମିଶାଇ ୫ ମିନିଟ୍ ପାଇଁ ଅଲଗା ରଖିଦିଅନ୍ତୁ । ଏବେ ଲୁଣ ପାଣିରୁ କୋବିକୁ କାଢ଼ି ଆଉଥରେ ଭଲରେ ଧୋଇଦିଅନ୍ତୁ । ତାଜା ମେଥିଶାଗକୁ ଧୋଇ ଚୂନା ଚୂନା କରି କାଟନ୍ତୁ । ସେଥିରେ ଅଳ୍ପ ଲୁଣ ପକାଇ ଶାଗକୁ ଭଲଭାବେ ହାତରେ ଗୋଳାଇ ଆଉ ଥରେ ପାଣିରେ ଧୋଇ ଛାଣି ରଖନ୍ତୁ । ଆଳୁକୁ କାଟି ରଖନ୍ତୁ । ଆଂଚରେ କଡ଼େଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ଆଳୁକୁ ପ୍ରଥମେ ସୁନେଲି ହେବା ଯାଏ ଭାଜନ୍ତୁ । ଆଳୁକୁ କାଢ଼ି କଡ଼େଇରେ ଆଉ ଅଳ୍ପ ତେଲ ପକାଇ ଗରମ କରନ୍ତୁ । ସେଥିରେ ସୋରିଷ, ଜିରା, ଭୃଶଙ୍ଗ ପତ୍ର, କଟା ଅଦା, କଟା କଂଚା ଲଙ୍କା ଏବଂ ମେଥି ଶାଗକୁ ପକାଇ ଭଲଭାବେ ଗୋଳାନ୍ତୁ । ଶାଗ ହୋଇଆସିଲେ ସେଥିରେ କୋବି ଏବଂ ଅଳ୍ପ ଲୁଣ ପାଇ କିଛି ସମୟ ସିଝିବାକୁ ଛାଡ଼ିଦିଅନ୍ତୁ । ଏବେ ଘୋଡ଼ଣି କାଢ଼ି ସେଥିରେ ଆଳୁ ପକାଇ କିଛି ସମୟ ଗୋଳାନ୍ତୁ । କୋବି ନରମ ହୋଇଆସିଲେ ସେଥିରେ ଆମଚୁର୍ ପାଉଡର୍ ଏବଂ ଲେମ୍ବୁ ରସ ପକାଇ ଆଂଚରୁ କାଢ଼ିଦିଅନ୍ତୁ । ଏବେ ପ୍ଲେଟ୍କୁ କାଢ଼ି ପରଷନ୍ତୁ ଗରମ ଗରମ ଚଟ୍ପଟା ଆଳୁ କୋବି ମସଲା ।