ବିଶ୍ୱକପ-୨୦୨୩ : ଅଷ୍ଟ୍ରେଲିଆ ଟିମ୍କୁ ଝଟକା, ସ୍ୱଦେଶ ଫେରିଲେ ମିଚେଲ ମାର୍ଶ
![](https://thetruths.in/wp-content/uploads/2023/11/Mitchell-Marsh.webp)
ନୂଆଦିଲ୍ଲୀ : ବିଶ୍ୱକପ-୨୦୨୩ ରେ ଅଷ୍ଟ୍ରେଲିଆ ଟିମକୁ ବଡ଼ ଝଟକା । ବ୍ୟକ୍ତିଗତ କାରଣ ଯୋଗୁଁ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ତଥା ବ୍ୟାଟର ମିଚେଲ ମାର୍ଶ ହଠାତ୍ ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ ପାରିବାରିକ ମାମଲା ନେଇ ସେ ସ୍ୱଦେଶ ଫେରିଥିବା ଜଣାପଡ଼ିଛି। ତେବେ ମାର୍ଶ ବିଶ୍ୱକପରେ ଆଗାମୀ ମ୍ୟାଚ ଖେଳିପାରିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ତେବେ ମାର୍ଶ ସ୍ବଦେଶ ଫେରିବାର ପ୍ରକୃତ କାରଣ ଜଣାପଡି ନାହିଁ । କ୍ରିକେଟ ଅଷ୍ଟ୍ରେଲିଆ ଏହା ସୂଚନା ଦେଇଛି ।
ମାର୍ଶ ସ୍ୱଦେଶ ଫେରିବା ଏବଂ ଅନିଶ୍ଚିତତା କାଳ ବାହାର ଟିମରୁ ବାଦ୍ ପଡିବା ଟିମ୍ ପାଇଁ ଏକ ସମସ୍ୟା। ମାର୍ଶ ଭଲ ଫର୍ମରେ ଥିଲେ । ଟିମ୍ ପାଇଁ ଓପନିଂ କରୁଥିଲେ । ଆଉ ଯଦି ଟିମକୁ ନ ଫେରନ୍ତି, ତେବେ ଟିମକୁ ବଡ ଝଟକା ଲାଗିପାରେ ।
ସୂଚନା ଯେ, ବିଶ୍ୱକପ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ୩ ନମ୍ବର ସ୍ଥାନରେ ରହିଛି । ପ୍ରଥମ ୬ଟି ମ୍ୟାଚ ଖେଳି ୮ ପଏଣ୍ଟ ହାସଲ କରିଛି । ଅଷ୍ଟ୍ରେଲିଆ ଆଗକୁ ଇଂଲଣ୍ଡ, ଆଫଗାନିସ୍ତାନ ଏବଂ ବାଂଲାଦେଶ ସହିତ ଖେଳିବ ।