ବିଶ୍ୱକପ୍ ୨୦୨୩ : ଆଜି ଦ୍ଵିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲା, ଜିତିଲେ ଭାରତ ସହ ଟକ୍କର
କୋଲକାତା : ବିଶ୍ୱକପ୍ ୨୦୨୩ରେ ଗୁରୁବାର ଖେଳାଯିବ ୨ୟ ସେମିଫାଇନାଲ୍ । କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଆଉ ଦକ୍ଷିଣ ଆଫ୍ରିକା । ଅପରାହ୍ନ ୨ଟା ସମୟରେ ଖେଳାଯିବ ଏହି ମ୍ୟାଚ୍। ଏହି ମ୍ୟାଚରେ ବିଜୟୀ ଦଳ ପ୍ରଥମ ସେମିଫାଇନାଲର ବିଜୟୀ ଦଳ ଭାରତ ସହ ଫାଇନାଲରେ ଟକ୍କର ହେବ।
ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ୯ଟି ମୁକାବିଲା ଖେଳିଛି ।ଯେଉଁଥିରେ ୭ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତର ସାମ୍ନା କରିଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ଥିଲା । ଆଉ ୨ୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଥିଲା । ସେହିପରି ଅଷ୍ଟ୍ରେଲିଆ ଲିଗ୍ ପର୍ଯ୍ୟାୟରେ ବି ୯ଟି ମୁକିବାଲ ଖେଳିଥିଲା । ଯେଉଁଥିରୁ ୭ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ରହିଛି । ଆଉ ତୃତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଛି ।
ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ଟିମ୍ ମଧ୍ୟରେ ୧୦୯ ଥର ମୁକାବିଲା ହୋଇଛି । ଯେଉଁଥିରେ ଦକ୍ଷିଣ ଆଫ୍ରିକା ୫୫ ଥର ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୫୦ଟିରେ ବିଜୟୀ ହୋଇଛି । କିନ୍ତୁ ସେମି ଫାଇଟ୍ରେ ଅଷ୍ଟ୍ରେଲିଆ ଆଗରେ ରହିଛି । ତେଣୁ ନିଜର ପୂର୍ବ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା । ନିଜର କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଆଶା ରଖିଛି ଦକ୍ଷିଣ ଆଫ୍ରିକା । କିନ୍ତୁ ଅଷ୍ଟ୍ରେଲିଆ ଏତେ ସହଜରେ ରାସ୍ତା ଛାଡିବାନାହିଁ । ଇତିହାସ କହୁଛି ଅଷ୍ଟ୍ରେଲିଆ ଯେତେଥର ସେମିକୁ ଯାଇଛି । ସେତେଥର ବିଜୟୀ ହୋଇଛି । ତେବେ ଦେଖାଯାଉ କାହା ସପକ୍ଷରେ ଯାଉଛି ଗୁରୁବାର ହେବାକୁ ଥିବା ମ୍ୟାଚ୍ ।