ଆଇପିଏଲରେ କେଉଁ ଖେଳାଳି ନେଇଥିଲେ ପ୍ରଥମ ୱିକେଟ୍? କିଏ ହୋଇଥିଲେ ଆଉଟ୍, ବର୍ତ୍ତମାନ ଉଭୟ ନେଇ ସାରିଛନ୍ତି ଅବସର
![](https://thetruths.in/wp-content/uploads/2023/03/IPL-First-Wicket.jpg)
ମୁମ୍ବାଇ : ଆଇପିଏଲ-୨୦୨୩ ସଂସ୍କରଣ ଆଜି ଠାରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ହେବ । ଏଥର ପ୍ରଥମ ୱିକେଟ୍ କିଏ ନେବ ତାହା ଦେଖିବାକୁ କୌତୁହଳପ୍ରଦ ହେବ । କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ ଇତିହାସର ପ୍ରଥମ ମ୍ୟାଚରେ କିଏ ପ୍ରଥମ ୱିକେଟ୍ ନେଇଥିଲା ଓ କେଉଁ ବ୍ୟାଟ୍ସମ୍ୟାନ୍ ପ୍ରଥମେ ଆଉଟ୍ ହୋଇଥିଲେ? ଆଜି ଆପଣଙ୍କୁ ଏହି ବିଷୟରେ କହିଛୁ…
ବାସ୍ତବରେ କ୍ରିକେଟ୍ ଓ ଆଇପିଏଲ୍ ପ୍ରଶଂସକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଅଛି । ସେମାନେ ଜାଣିବାକୁ ଚାହାଁନ୍ତି ଯେ କେଉଁ ବୋଲର ଆଇପିଏଲରେ ପ୍ରଥମ ୱିକେଟ୍ ପାଇଥିଲେ, କେଉଁ ବ୍ୟାଟ୍ସମ୍ୟାନ୍ ପ୍ରଥମେ ଆଉଟ୍ ହୋଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୌରଭ ଗାଙ୍ଗୁଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ଆଇପିଏଲ୍ ଇତିହାସରେ ପ୍ରଥମେ ଆଉଟ୍ ହୋଇଥିବାବେଳେ, ପ୍ରଥମ ୱିକେଟ୍ ଜହିର ଖାନ ନେଇଥିଲେ ।
ବାସ୍ତବରେ, ଆରସିବି ଦ୍ରୁତ ବୋଲର ଜହିର ଖାନ ଆଇପିଏଲର ପ୍ରଥମ ମ୍ୟାଚରେ କେକେଆର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଆଉଟ୍ କରିଥିଲେ । ସେହି ମ୍ୟାଚ୍ରେ ଗାଙ୍ଗୁଲି ଓପନ କରିବାକୁ ଆସି ବ୍ୟକ୍ତିଗତ ୧୦ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ ଓ ସ୍ଲିପ୍ସରେ ଠିଆ ହୋଇଥିବା ଜ୍ୟାକ୍ କଲିସ୍ ତାଙ୍କ କ୍ୟାଚ୍ ଧରିଥିଲେ । ଏହି ମ୍ୟାଚ୍ ବିଷୟରେ ଆସନ୍ତୁ ଜାଣିବା ବିସ୍ତୃତ ଭାବରେ ।
ପ୍ରଥମ ଆଇପିଏଲ୍ ୨୦୦୮ ମସିହାରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଆରସିବି ଦଳ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୨ ରନ୍ ସ୍କୋର କରିଥିଲା । ବ୍ରେଣ୍ଡନ୍ ମ୍ୟାକକୁଲମ୍ ୧୫୮ ରନର ଏକ ତୁଫାନି ଇନିଂସ ଖେଳି KKR ପାଇଁ ଇତିହାସ ସୃଷ୍ଟି କରିଥିଲେ ।
୨୨୩ ରନର ଲକ୍ଷ୍ୟକୁ ପଛରେ ପକାଇ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋରର ଦଳ ୨୦ ଓଭରରେ ୮୨ ରନ୍ ସ୍କୋର କରିବା ପରେ ଅଲଆଉଟ୍ ହୋଇ ଯାଇଥିଲା । କେକେଆର୍ ଏହି ମ୍ୟାଚ୍କୁ ୧୪୦ ରନ୍ ବ୍ୟବଧାନରେ ଜିତିଥିଲା । ସେହି ସିଜିନରେ କେକେଆର୍ ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି, ବାଙ୍ଗାଲୋର ଦଳର ଅଧିନାୟକ ରାହୁଲ ଦ୍ରାବିଡ ଥିଲେ ।