ସଞ୍ଜୟଙ୍କ ପିଏସ୍ଓ ଚିତରଞ୍ଜନ ହତ୍ୟାକାଣ୍ଡ ଘଟଣା ଅନ୍ୟ ଅଭିଯୁକ୍ତ ଗିରଫ ଓ ମୋବାଇଲ ଫୋନ ରହସ୍ୟ ଫିଟିିବ କେବେ ?
ପୁରୀ : ଗତ ୧୧ ଡ଼ିସେମ୍ବର ୨୦୨୧ରେ ବହୁ ଚର୍ଚ୍ଚିତ ପୂର୍ବତନ ରାଜ୍ୟ ଯୋଜନାବୋର୍ଡ଼ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପିଏସଓ ଚିତରଞ୍ଜନ ହତ୍ୟାକାଣ୍ଡ ଘଟଣାର ଅନ୍ୟ ଅଭିଯୁକ୍ତ ଗରିଫ ଓ ମୋବାଇଲ ଫୋନ ରହସ୍ୟ ଫିଟିବ କେବେ ବୋଲି ଚିତରଞ୍ଜନଙ୍କ ଭାଇ ଅଭିଯୋଗ କରିଛନ୍ତି । ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଷଡ଼ଯନ୍ତ୍ରକାରୀ ଓ ଅନ୍ୟ ଅଭିଯୁକ୍ତମାନେ ଆଜି ପର୍ଯ୍ୟନ୍ତ କାହା ଚାପରେ ଗିରଫ ହୋଇପାରିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଖୁବ ଶୀଘ୍ର ଗ୍ରାମବାସୀମାନେ ଢାବା ଛକରେ ଧାରଣ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଘଟଣାର କ୍ରାଇମବ୍ରାଞ୍ଛ ଡ଼ିଏସପି ଶିଶିର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଆହୁରି ଅଭିଯୁକ୍ତ ଅଛନ୍ତି ପରେ ସେମାନଙ୍କୁ ପଚରାଉଚରା କରାଯିବ ହେଲେ ୧୦ମାସ ବିତିଗଲାଣି ଜିଲ୍ଲାର ଚର୍ଚ୍ଚିତ ଏହି ଘଟଣା ଏବେ ସୁପ୍ତ ଅବସ୍ଥାରେ ରହିଛି । ପରିବାରବାସୀ ଅନ୍ୟ ଜଣେ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତର ନାମ ପ୍ରଘଟ କରିଥିଲେ ମଧ୍ୟ କ୍ରାଇମବ୍ରାଞ୍ଛ ତାଙ୍କୁ ପଚାରି ନଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ଗିରଫ ହୋଇଥିଲେ । ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ପରିବାର ଲୋକ ଦାବି କରିଛନ୍ତି ।