ବଢୁଛି ଜଳସ୍ତର : ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍
୨୮ଟି ଗେଟି ଦେଇ ହେଉଛି ବନ୍ୟାଜଳ ନିଷ୍କାସିତ
ସମ୍ବଲପୁର : ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ହୀରାକୁଦରେ ଜଳସ୍ତର ବଢୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦରୁ ୨୮ଟି ଗେଟି ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟେ ୨୦ ଓ ଡାହାଣ ପଟେ ୮ଟି ଗେଟ୍ ଖୋଲା ହୋଇଥିବା ନେଇ ସୂଚନା ମିଳିଛି ।