ହୀରାକୁଦର ୩୪ ଟି ଗେଟ୍ ଦେଇ ଜଳ ନିଷ୍କାସନ
ଭୁବନେଶ୍ୱର : ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଜି ପୂର୍ବାହ୍ନ ପରଠାରୁ ବିଳମ୍ବିତ ସନ୍ଧ୍ୟା ଯାଏଁ ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍ ଖୋଲାଯାଇଛି । ଶନିବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ରୁ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍ ମଧ୍ୟ ଖୋଲାଯାଇପାରେ ।
ଅପରପକ୍ଷରେ ବର୍ଷା ବଢୁଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଏଠାରେ ବିପଦ କଙ୍କେତ ୧୮.୮୩ ରହିଥିବାବେଳେ ଏବେ ବିପଦ ସଂକେତ ଉପରେ ୧୮.୯୭ରେ ଜଳସ୍ତର ପ୍ରବାହିତ ହେଉଛି । ସେହିପରି ମଥାନି ଠାରେ ଜଳକା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି ।