୨୭ ଜୁଲାଇରୁ ଚାଲିବ ବିଶାଖାପାଟନମ୍-ଗୁଣୁପୁର ବିଶେଷ ଟ୍ରେନ
ଭୁବନେଶ୍ୱର : ୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ଉଭୟ ଦିଗରୁ ଆସନ୍ତା୨୭ ଜୁଲାଇ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ବିଶାଖାପାଟନମରୁ ଭୋର ୫ଘ.୩୫ମି.ରେ ଛାଡି ଗୁଣୁପୁରରେ ଅପରାହ୍ନ ୧୨ଘ.୨୦ମି.ରେ ପହଂଚିବ । ସେହିଭଳି ଏହା ଗୁଣୁପୁରରୁ ଅପରାହ୍ନ ୧ଘ.୩୫ମି.ରେ ଛାଡି ବିଶାଖାପାଟନମ ରେ ରାତ୍ରି ୮ଘ.୪୫ମି.ରେ ପହଂଚିବ ।
ସେହିପରି ୦୫୪୮୮/୦୫୪୮୭ ଅଗରତାଲା-ବାଙ୍ଗାଲୋର କ୍ୟାଂଟ-ଅଗରତାଲା ଏସି ସ୍ପେସିଆଲ ୩୧ ଜୁଲାଇ, ୨୦୨୧ ଅଗରତାଲାରୁ ଏବଂ ୩ ଅଗଷ୍ଟ, ୨୦୨୧ ଠାରୁ ବାଙ୍ଗାଲୋର କ୍ୟାଂଟରୁ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସକାଳ ୬ଘ.୧୦ମି.ରେ ଅଗରତାଲାରୁ ଛାଡି ବାଙ୍ଗାଲୋର କ୍ୟାଂଟ ଅଭିମୁଖେ ଯାତ୍ରା କରିବ ଏବଂ ବାଙ୍ଗାଲୋର କ୍ୟାଂଟରୁ ପ୍ରତ୍ୟକ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଘ.୧୫ମି.ରେ ଛାଡି ଅଗରତାଲା ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନ ଉଭୟ ଦିଗରୁ ଅଗରତାଲା ଏବଂ ବାଙ୍ଗାଲୋର କ୍ୟାଂଟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ମାନଙ୍କ ଠାରେ ରହଣି କରିବ ।