ବାଣୀବିହାରରେ ଉତ୍ତେଜନା, ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଅଭିଯୋଗ
![](https://thetruths.in/wp-content/uploads/2023/02/Banibihar.jpg)
ଭୁବନେଶ୍ୱର : ବାଣୀବିହାରରେ ଉତ୍ତେଜନା । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ଅଶାନ୍ତି ସୃଷ୍ଟି ହୋଇଛି । ଦିଲ୍ଲୀ ଜେଏନୟୁରୁ ଆସିଥିବା ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ଜେଏନୟୁର ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ୍ ମଜୁମଦାର ଆଲୋଚନାଚକ୍ରରେ ଯୋଗ ଦେବାକୁ ଆସିଥିଲେ । ଭାରତୀୟ ସମ୍ବିଧାନ ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ସମୟରେ କିଛି ଛାତ୍ର ସେଠାକୁ ଆସି ଆଲୋଚନା ଚକ୍ର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଛି। ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।