ବିଘ୍ନହର୍ତ୍ତାଙ୍କ ପୂଜା ବିଧି : ପୂଜାରେ ଚଢ଼ାନ୍ତୁ ଏହି ୫ଟି ଜିନିଷ, ପୂରଣ ହେବ ମନସ୍କାମନା
ଭାଦ୍ର ମାସ ଶ୍ରୀ ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ । ଏହି ମାସରେ ଭଗବାନ ଗଣେଶଙ୍କୁ ଉପାସନା କରିବା ଲାଭଦାୟକ ବୋଲି ମନେ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଗଣେଶ ଚତୁର୍ଥୀ ପ୍ରତ୍ୟେକ ମାସର ଶୁକ୍ଲା ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ । ଭାଦ୍ର ମାସରେ ଗଣେଶ ଚତୁର୍ଥୀ ଠାରୁ ଅନନ୍ତ ଚତୁର୍ଥୀ ପର୍ଯ୍ୟନ୍ତ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏଥର ବିଘ୍ନହର୍ତ୍ତାଙ୍କ ପୂଜା ବୁଧବାର ହେଉଛି ।
ଚଳିତ ବର୍ଷ ଅଗଷ୍ଟ ୩୧ରେ ଗଣେଶ ଚତୁର୍ଥୀରେ ଗଣେଶ ପ୍ରତିଷ୍ଠା ଓ ପୂଜା ପାଇଁ ଦିନସାରା ସମୁଦାୟ ୫ଟି ଶୁଭ ସମୟ ରହିବ । ତିରୁପତିର ଜ୍ୟୋତିଷ ଡକ୍ଟର କୃଷ୍ଣ କୁମାର ଭାର୍ଗବ ଓ ପୁରୀର ଜ୍ୟୋତିଷ ଡକ୍ଟର ଗଣେଶ ମିଶ୍ର କହିଛନ୍ତି ଯେ, ଏମିତିରେ ଗଣେଶ ଜୀଙ୍କୁ ଦିପହରରେ ପ୍ରତିଷ୍ଠା କରାଯାଇ ପୂଜା କରାଯିବା ଉଚିତ୍ । ଯଦି ସମୟର ଅଭାବ ରହିଛି, ତେବେ ଗଣପତି ଯେକୌଣସି ଶୁଭ ଲଗ୍ନ କିମ୍ବା ମୁହୂର୍ତ୍ତରେ ପ୍ରତିଷ୍ଠିତ କରିପାରିବେ । ଚଳିତ ଥର ଗଣେଶ ଚତୁର୍ଥୀ ଅବସରରେ ୩୦୦ ବର୍ଷ ପରେ ଗ୍ରହମାନଙ୍କର ଶୁଭ ସ୍ଥିତି ସୃଷ୍ଟି ହେଉଛି ଓ ଲମ୍ବୋଦର ଯୋଗ ମଧ୍ୟ ଅଛି ।
ଗଣେଶଙ୍କ ପୂଜା ବିଧି :
ଅନେକ ସ୍ଥାନରେ ଗଣେଶ ଜୀଙ୍କର ପାଣ୍ଡ୍ୟାଲ ସୌନ୍ଦର୍ଯ୍ୟମୟ ହୋଇଥାଏ । ଏହି ୧୦ ଦିନ ପାଇଁ ବାପ୍ପାଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ଗଣେଶଙ୍କୁ ବିଧି ବିଧାନ ଦ୍ୱାରା ପୂଜା କରାଯାଏ । ପରମ୍ପରା ରହିଛି ଯେ ବିଧି ଅନୁଯାୟୀ ବାପ୍ପାଙ୍କୁ ପୂଜା କଲେ ଘରେ ରିଦ୍ଧି ସିଦ୍ଧି ଓ ସମୃଦ୍ଧି ଆସିଥାଏ । ଗଣେଶଙ୍କୁ ଖୁସି କରିବା ପାଇଁ ଏହି ଜିନିଷଗୁଡିକ ଚଢ଼ାନ୍ତୁ ।
୧. ମୋଦକ: – ଭଗବାନ ଗଣେଶଙ୍କୁ ମୋଦକ କିମ୍ବା ମୋତିଚୁରର ଲଡୁର ଭୋଗ ଲଗାଇବା ଉଚିତ୍ ।
୨. ଦୁର୍ବ ଘାସ: – ଭଗବାନ ଶ୍ରୀ ଗଣେଶଙ୍କୁ ଖୁସି କରିବା ପାଇଁ ଦୁର୍ବା ଘାସ ଅର୍ପଣ କରାଯିବା ଉଚିତ୍ ।
୩. ସିନ୍ଦୁର: – ଭଗବାନ ଗଣେଶଙ୍କୁ ସିନ୍ଦୁରର ତିଳକ କରିବା ଶୁଭ ବୋଲି ବିବେଚନା କରାଯାଏ ।
୪. କଦଳୀ: – ଭଗବାନ ଗଣେଶଙ୍କୁ ପ୍ରସାଦରେ କଦଳୀ ଦେବା ପ୍ରଥା ରହିଛି ।
୫. କ୍ଷୀରୀ: – ପୌରାଣିକ ମାନ୍ୟତା ଅନୁଯାୟୀ ମହାଦେବ କ୍ଷୀରୀଙ୍କୁ ବହୁତ ଭଲ ପାଆନ୍ତି ଓ ଯେତେବେଳେ ଦେବୀ ପାର୍ବତୀ କ୍ଷୀରୀ କରନ୍ତି, ସେତେବେଳେ ଭଗବାନ ଗଣେଶ ଏହାକୁ ବହୁତ ଖୁସିରେ ଖାଇଥା’ନ୍ତି । ତେଣୁ ପୂଜାରେ କ୍ଷୀରୀଙ୍କୁ ମଧ୍ୟ ଅର୍ପଣ କରାଯିବା ଉଚିତ୍ ।