ଅବକାରୀ ବିଭାଗ ଚଢାଉ ୧୨ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ୩ ଗିରଫ

କଟକ : ଅବକାରୀ ବିଭାଗ କର୍ମଚାରୀମାନେ ଆଜି ଟାଙ୍ଗି ଟୋଲ ଗେଟ୍ ନିକଟରେ ଜଗିରହି ଆନ୍ଧ୍ରପ୍ରଦେଶରୁ ଏକ ହୁଣ୍ଡାଇ ଭେର୍ନା କାର ଯୋଗେ ପଶ୍ଚିମବଙ୍ଗ ନବଦ୍ୱୀପ ଗ୍ରାମକୁ ଚାଲାଣ କରାଯାଉଥିବା ୧୨୦ କେଜି ଗଞ୍ଜେଇ ଜବତ କରିବା ସହିତ ଏହି କାରବାରରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ରାଜେଶ ମଜୁମଦାର, ଧ୍ରୁବ ମଣ୍ଡଲ ଓ ବିଜୟ ରଜାକ । ମିଳିଥିବା ସୂଚନା ଅନୁଯାୟୀ, ଏହି ତିନିି ଜଣ ଉକ୍ତ କାର(ଡବ୍ଲ୍ୟୁବି-୦୨-ଏଏ-୦୭୯୧)ରେ ଗଞ୍ଜେଇ ନେଇ ଯାଉଥିବା ଖବର ପାଇ ଅବକାରୀ ବିଭାଗ କର୍ମଚାରୀମାନେ ଟାଙ୍ଗି ଟୋଲ ଗେଟ ନିକଟରେ ଗାଡିକୁ ଅଟକାଇଥିଲେ । ତଲାସୀ ନେବାରେ ଗାଡିରୁ ୪ଟି ବସ୍ତାରେ ଥିବା ଏହି ପରିମାଣର ଗଞ୍ଜେଇ ମିଳିଥିଲା । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ଉପ ଅଧିକ୍ଷକ ପ୍ରତାପ କୁମାର ଦାସ, ଇନ୍ସପେକ୍ଟର ସତ୍ୟଜିତ ଖଟୁଆ, ଏସଆଇ ଶରତ କୁମାର ଦାସ, ଆଲୋକ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।