ୟୁକ୍ରେନ-ଋଷ ଯୁଦ୍ଧ, ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା!
ନୂଆଦିଲ୍ଲୀ : ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଯୁଦ୍ଧ ନେଇ ଦୁଇ ଥର ଆଲୋଚନା ପରେ ବି ବାହାରିପାରିନି ସମାଧାନର ସୂତ୍ର । ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ ବୋଲି ଜେଲେନକ୍ସିଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୂଚନା ଦେଇଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ୟୁକ୍ରେନର ଅନେକ ସହର ଧ୍ୱାଂସାବଶେଷରେ ପରିଣତ ହୋଇଛି । ଯୁଦ୍ଧ ଯୋଗୁ ୟୁକ୍ରେନରେ ଜଟିଳ ପରିସ୍ଥିତି ଉପୁଜିଛି ।
ଜି-୭ ଦେଶ ଦାବି କରିଛନ୍ତି ଯେ, ୟୁକ୍ରେନ ଉପରେ କ୍ଲଷ୍ଟର ବୋମା ମାଡ଼ କରୁଛି ଋଷ । ୟୁକ୍ରେନ ରାଷ୍ଟ୍ରପତି ଭବନ ସମ୍ମୁଖରେ ମଧ୍ୟ ରକେଟ ମାଡ଼ କରିଛି ଋଷ । ଋଷର ସେନା କିଭକୁ ଯାଉଥିବା ବେଳେ ସମସ୍ତ ବାଧାବିଘ୍ନକୁ ଏୟାର ଷ୍ଟ୍ରାଇକ୍ କରି ଜବାବ ଦେଉଛି । ଓଡେଶାର ଏକ ସେତୁକୁ ମଧ୍ୟ ଉଡାଇଦେଇଛନ୍ତି ଋଷ ସେନା । ୟୁକ୍ରେନ ମଧ୍ୟ ଋଷ ସେନାକୁ ସାମ୍ନା କରୁଛି । ଯୁଦ୍ଧକୁ ରୋକିବାକୁ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଦୁଇଥର ଆଲୋଚନା ହୋଇଥିବା ବେଳେ ଏହା ବିଫଳ ହୋଇଥିଲା ।