ବକ୍ସିବଜାରରେ ଉଦ୍ଘାଟିତ ହେଲା ଉଜ୍ଜୀବନ ସ୍ମଲ ଫାଇନାନ୍ସ୍ସ ବ୍ୟାଙ୍କ
କଟକ : ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଏସଏଫବି) ଲିମିଟେଡ ତରଫରୁ କଟକ ସହରର ବକ୍ସିବଜାରଠାରେ ଏକ ନୂତନ ଶାଖାର ଉଦଘାଟିତ ହୋଇଯାଇଛି । ସମଗ୍ର ଓଡ଼ିଶାରେ ଏହା ୨୦ତମ ଶାଖା ଅଟେ । ଉଜ୍ଜୀବନ ଏସଏଫବି ରାଜ୍ୟରେ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ସେବା ଯୋଗାଇ ଦେଇଆସୁଛି । ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୯୯୦ ଦିନ ପାଇଁ ଫିକ୍ସଡ ଜମା ଉପରେ ସର୍ବାଧିକ ସୁଧହାର ୭.୫% ଏବଂ ସେହି ସମାନ ଅବଧିର ଫିକ୍ସଡ ଜମା ବରିଷ୍ଠ ନାଗରିକଙ୍କ ନିମନ୍ତେ ୮.୨୫% ପ୍ରଦାନ କରୁଅଛି ବୋଲି ଶାଖା ପରିଚାଳକ କହିଛନ୍ତି । ଏହି ଶୁଭ ଉଦ୍ଘାଟନୀ ଅବସରରେ ଆରବିଆଇର ପୂର୍ବତନ ମୁଖ୍ୟ ଜେନେରାଲ ମ୍ୟାନେଜର ଆର ସି ଦାସ, ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦିଲ୍ଲୀପ ତିର୍କୀ, ରାଜ୍ୟ ପର୍ଯ୍ୟଟନ ବିଭାଗର ଅଧ୍ୟକ୍ଷ ଲେନିନ ମହାନ୍ତି, ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏମଡି ଲିଟିରା ଡାଭିସ, ରାଜ୍ୟ ଆଂଚଳିକ ମୁଖ୍ୟ ଅଜିତା ରଥ, କେନ୍ଦ୍ର ବିଜିନେସ ହେଡ ରାଜ କିରଣଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।