ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି
କଟକ : ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ୍ ଯଶୱନ୍ତ ସିଂ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ. ମୁରଲୀଧର ଉଭୟଙ୍କୁ ଶପଥ ପାଠ କରାଇଲେ । ହାଇକୋର୍ଟ ନୂଆ କନଫରେନ୍ସ ହଲ୍ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ବଦଳି ହୋଇ ଆସିଥିବା ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି।
ସୂଚନା ଯେ, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୋୱନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କ ଓଡ଼ିଶା ହାଇକୋର୍ଟକୁ ଏବଂ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।