ଦୁଇ ଦିନିଆ ଖୋକୋ ଓ କବାଡି ପ୍ରତିଯୋଗିତା ଉଦଯାପିତ
![](https://thetruths.in/wp-content/uploads/2023/01/Khoko-Kabaddi-Competition-1024x576.jpg)
ପିପିଲି : ବିଶ୍ୱକପ ହକି ପାଇଁ ସବୁ ଶିକ୍ଷାନୁଷ୍ଠାନରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡାକୁ ପ୍ରୋତ୍ସାହନ ଦେଇ ପ୍ରତିଯୋଗୀତା କରାଯାଉଥିବା ବେଳେ ପିପିଲି ଜବାହର ବିଦ୍ୟାପୀଠ ପରିସରରେ ଜିଲାସ୍ତରୀୟ ୧୪ ରୁ ଅଧିକ ଓ ୧୭ ବର୍ଷରୁ କମ ଛାତ୍ରଛାତ୍ରୀ ମାନଙ୍କର ଖୋକୋ ଓ କବାଡି ଦୁଇ ଦିନିଆ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ପୁରୀ ଜିଲାର ୧୧ଟି ବ୍ଲକ ସ୍ତରରୁ ଉତିନ୍ନ କରିଥିବା ପ୍ରାୟ ୮ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିବା ବେଳେ ଆସିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ସୁବିଧାରେ ଖାଇବା ଓ ରହିବା ଉପରେ ବିଧାୟକ ରୁଦ୍ର ଗୁରୁତ୍ୱ ଦେଇଥିଲେ । ଏଥିସହ ରାଜ୍ୟରେ ହକି ବିଶ୍ୱକପ ର ଆୟୋଜନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁ ପ୍ରଶଂସା କରିବା ସହ ଜିଲାସ୍ତରରୁ ରାଜ୍ୟ ସ୍ତର ଓ ଜାତୀୟ ସ୍ତରରେ ନିଜ ପରାକ୍ରମ ଦେଖାଇ ଅଂଚଳ ପାଇଁ ସୁନାମ ଆଣିବା ପାଇଁ ଉପସ୍ଥିତ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ବିଶ୍ୱଜିତ୍ ଘୋଷ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ହିମାଂଶୁ ଭୁଷଣ ସାମର୍ଥ ,ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ କୁମାର ସ୍ୱାଇଁ, ପିପିଲି ଏନ.ଏ.ସି ଅଧ୍ୟକ୍ଷ ସେକ୍ ରାଜୁ , ପୁରୀଜିଲ୍ଲା ସମବାୟ ସଭାପତି କିଶୋର ଛୋଟରାୟ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ , ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ଓ ପିପିଲି ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜବାହାର ବିଦ୍ୟାପିଠ ର ପ୍ରଧାନ ଶିକ୍ଷକ ପିତବାସ ସେଠୀ ଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ନିମାପଡା ବ୍ଲକ କ୍ରୀଡା ସଂପାଦକ ରଂଜିତ କେଶରି ନାୟକ, ସହ କ୍ରୀଡା ସଂପାଦକ ଏଲିନା ଖୁଣ୍ଟିଆ , ଡେଲାଙ୍ଗ କ୍ରୀଡା ସଂପାଦକ ସୂର୍ଯ୍ୟ ନାରାୟଣ ଜେନା, ଗୋପ ବ୍ଲକ କ୍ରୀଡା ସଂପାଦକ ଜୟନ୍ତ କୁମାର ରାୟ, ପିପିଲି ବ୍ଲକ କ୍ରୀଡା ସଂପାଦକ ତପନ ଦାସ, ଜବାହର ବିଦ୍ୟାପୀଠ ର କ୍ରୀଡା ଶିକ୍ଷକ ଜଗନ୍ନାଥ ପ୍ରଧାନ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଶେଷରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ଏବଂ ସେମାନଙ୍କ ନାମ ଘୋଷଣା କରାଯିବ ବୋଲି କ୍ରୀଡା ସଂପାଦକ ରଂଜିତ କେଶରି ନାୟକ କହିଛନ୍ତି ।