ତାଳଦଣ୍ଡାରେ ଅଘଟଣ, ଖେଳୁଥିବା ବେଳେ କେନାଲରେ ପଡି ୨ଶିଶୁ ମୃତ
ପାରାଦୀପ : ପାରାଦୀପ ଅଠରବାଙ୍କୀ ତାଳଦଣ୍ଡାରେ ଅଘଟଣ । ଖେଳୁଥିବା ବେଳେ କେନାଲରେ ପଡି ୨ଜଣଙ୍କ ଶିଶୁଙ୍କୁ ମୃତ୍ୟୁ ହୋଇଛି । ଏନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଯେ, ପାରାଦୀପ ଅଠରବାଙ୍କୀ ନିକଟ ତାଳଦଣ୍ଡା କେନାଲ ନିକଟରେ ଖେଳୁଥିବା ସମୟରେ ନାଳକୁ ଖସିପଡିଲେ ୨ ଶିଶୁ । ଯାହାଫଳରେ ୨ଜଣ ଶିଶୁ ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି । ଶିଶୁଙ୍କ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଶିଶୁଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।