ବରିଷ୍ଠ ନାଗରିକ ସଂଘ ଓ ରୋଟାରୀ କ୍ଲବର ମିଳିତ ଅନାକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
![](https://thetruths.in/wp-content/uploads/2022/09/BRUKHYA-ROPANA-2-1024x485.jpeg)
ଯାଜପୁର : ବରିଷ୍ଠ ନାଗରିକ ସଂଘ ଏବଂ ରୋଟାରୀ କ୍ଲବ ଯାଜପୁରର ମିଳିତ ଆନୁକୂଲ୍ୟରେ ଏ.ବି. ହାଇସ୍କୁଲ ଅକରପଡ଼ା ଓ ଆର.କେ. ହାଇସ୍କୁଲ, ଭେଲଙ୍ଗ ବିଦ୍ୟାଳୟ ପରିସରରେ ଚଳିତ ମାସ ୧୬ ତାରିଖ ଶୁକ୍ରବାର ଦିନ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସର ସବୁଜିମା କରିବା ନିମନ୍ତେ ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା । ପ୍ରତ୍ୟେକ ବୃକ୍ଷର ରକ୍ଷଣାବେଣ ନିମନ୍ତେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ସୁବାସ ଚନ୍ଦ୍ର ମହାପାତ୍ର ବରିଷ୍ଠ ନାରଗିକ ସଂଘର ସଂପାଦକ ପ୍ରବୋଧ କୁମାର ନାୟକ, ଡା. ରାଜକିଶୋର ପଣ୍ଡା, ବିବେକାନନ୍ଦ ବିଶ୍ୱାଳ, ଉଦୟ ନାରାୟଣ ପରିଡ଼ା, ଗୋପିନାଥ ସେଠୀ, ଧନଞ୍ଜୟ କେଶରୀ ରାଉତ, ବୃନ୍ଦାବନ ମିଶ୍ର, ମଧୁସୂଦନ ମହାନ୍ତି, ପ୍ରଶାନ୍ତ କୁମାର ନାୟକ ଓ ବ୍ରହ୍ମାନନ୍ଦ ସ୍ୱାଇଁ ସମେତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରି ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ।