ଟୋକିଓ ଅଲିମ୍ପିକ୍ସ: ଆଜି ପିଭି ସିନ୍ଧୁଙ୍କ ସେମିଫାଇନାଲ ମୁକାବିଲା
ଟୋକିଓ : ଟୋକିଓ ଅଲିମ୍ପିକ୍ସର ନବମ ଦିନରେ ଶନିବାର ସଟଲର ପିଭି ସିନ୍ଧୁ ସେମିଫାଇନାଲ ମୁକାବିଲା ଖେଳିବେ। ଅପରାହ୍ନ ୩ଟା ୨୦ରେ ଚୀନ ପ୍ରତିଦ୍ୱନ୍ଦ୍ୱୀ ତାଇ ତୁଜ ୟିଙ୍ଗଙ୍କ ସହିତ ଲଢ଼ିବେ ସିନ୍ଧୁ । ଏତତ୍ ବ୍ୟତୀତ ବକ୍ସିଂରେ ପୂଜା ରାଣୀ ୭୫ କେଜି ବର୍ଗରେ ପ୍ରି କ୍ୱାର୍ଟର ଫାଇନାଲ ଖେଳିବେ । ସେହିପରି ଭାରତୀୟ ମହିଳା ହକି ଟିମ୍ ଆଜି ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ ।
ସୂଚନା ଯେ, ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିବ ଆଉ ଏକ ପଦକ । ନିଜର ପଦକ ଆଶା ଉଜ୍ଜିବିତ ରଖିଛନ୍ତି ପି.ଭି.ସିନ୍ଧୁ । ଶୁକ୍ରବାର ଏକ ଚମତ୍କାର ମ୍ୟାଚରେ ସେ ବିଶ୍ବର ୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳୀ ଜାପାନର ଆକେନ ୟାମାଗୁଚିଙ୍କୁ ହରାଇ ଅଲମ୍ପିକ୍ସ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚରେ ସିନ୍ଧୁ ନିଜର ଜାପାନି ପ୍ରତିପକ୍ଷଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଖେଳିଥିଲେ । ପ୍ରଥମ ଗେମକୁ ସେ ସହଜରେ ୨୧-୧୩ରେ ଜିତି ନେଇଥିଲେ । ତେବେ ୨ୟ ଗେମରେ ୟାମାଗୁଚି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ସମୟରେ ସେ ସିନ୍ଧୁଙ୍କୁ ଟପିଯାଇଥିଲେ । ତେବେ ପୁଣି ଥରେ ସିନ୍ଧୁ ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ୨ୟ ଗେମକୁ ୨୨-୨୦ରେ ଜିତି ନେଇଥିଲେ ଓ ମ୍ୟାଚରେ ବିଜୟୀ ହୋଇଥିଲେ । ମାତ୍ର ୫୬ ମିନିଟ ଖେଳି ସେ ୟାମାଗୁଚିଙ୍କୁ ପରାସ୍ତ କରି ଦେଇଥିଲେ । ସେମି ଫାଇନାଲରେ ସିନ୍ଧୁ ବିଶ୍ବର ୧ ନମ୍ବର ମାନ୍ୟତାପ୍ରାପ୍ତ ତାଇଓ୍ବାନର ଖେଳାଳୀ ତାଇ ଜୁ ଇଙ୍ଗ କିମ୍ବା ୬ ନମ୍ବର ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ଖେଳାଳୀ ରାଚାନକ ଇଣ୍ଟାନନଙ୍କୁ ଭେଟିବେ ।