ନୂଆ ଲୁକ୍ରେ ମାହି, ସୋସିଆଲ ମିଡିଆରେ ଫଟୋ ଟ୍ରେଣ୍ଡ

ନୂଆଦିଲ୍ଲୀ : ସୋସିଆଲ ମେଡିଆରେ ସବୁବେଳେ ସକ୍ରିୟ ରହୁଥିବା ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ପୁଣି ଏକ ନୂଆ ଲୁକ୍ରେ ଦେଖା ଦେଇଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଯଦିଓ ସେ କ୍ରିକେଟ ମୈଜଦାନରେ ଦୂରରେ ଅଛନ୍ତି ତଥାପି ସେ ଲୋକଙ୍କ ପ୍ରଶଂସାର ପାତ୍ର ରହିଥାନ୍ତି ।
ଏବେ ପୁଣିଥରେ କ୍ୟାପଟେନ କୁଲ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଧୋନୀ ନିଜର ନୂଆ ହେୟାର ଷ୍ଟାଇଲ ନେଇ ବେଶ୍ ପୋସକରେ ଅଛନ୍ତି । ଆଉ ତାଙ୍କର ହେୟାର ଷ୍ଟାଇଲକୁ ବି ଲୋକେ ବହୁତ ପ୍ରଶଂସା କରୁଛନ୍ତି । ତାଙ୍କ ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ ଇନଷ୍ଟା ଏହି ଫଟୋ ପୋଷ୍ଟ କରିଛନ୍ତି । ଯାହାକି ବେଶ୍ ପପୁଲାର ହୋଇଛି । ନିଜର କ୍ରିକେଟ କ୍ୟାରିୟର ମଧ୍ୟରେ ମାହି ନିଜର ନୂଆ ନୂଆ ହେୟାର ଷ୍ଟାଇଲ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । କେତେବେଳ ଲମ୍ୱା କେଶ ତ ଆଉ ବିଶ୍ୱବିଜେତା ପରେ ନିଜର ମୁଣ୍ଡନ କରିବା । ଏପରି ସେ ସବୁବେଳେ ଦର୍ଶକଙ୍କ ଫୋକସରେ ରହିଥାନ୍ତି । ଏବେ ସେ ଆଇପିଏଲ ପାଇଁ ପ୍ରିପେୟାର ହେଉଛନ୍ତି । ଆଉ ଫଟାଫଟ କ୍ରିକେଟ ପୂର୍ବରୁ ନିଜର ଲୁକ ଚେଞ୍ଚ କରିବାକୁ ନେଇ ଏବେ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । କେବଳ ଗୋଟିଏ ଅପେକ୍ଷା କେବେ ମାହି ମୈଦାନକୁ ଏଣ୍ଟ୍ରି କରିବେ ।