ବିଶ୍ୱର କାୟା ମେଲାଇଛି ମହାମାରୀ କରୋନା
- କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୭୨ଲକ୍ଷ ୩୮ହଜାର ୬୧୬ ଓ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୪୮ହଜାର ୮୨୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୫୮ହଜାର ୧୩୮ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୭୨ଲକ୍ଷ ୩୮ହଜାର ୬୧୬କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୧କୋଟି ୪ଲକ୍ଷ ୧୮ହଜାର ୪୫୭ ସୁସ୍ଥ ହୋଇ ଥିବାବେଳେ ୨କୋଟି ୩୮ଲକ୍ଷ ୬୨ହଜାର ୨୧ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୯ଲକ୍ଷ ୮୩ହଜାର ୭୦ ସଂକ୍ରମିତ ଓ ୫ଲକ୍ଷ ୭୬ହଜାର ୨୮୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୫ଲକ୍ଷ ୨୧ହଜାର ୪୦୯ସଂକ୍ରମିତ ଓ ୩ଲକ୍ଷ ୫୫ହଜାର ୩୧ମୃତ, ଫ୍ରାନ୍ସରେ ୫୦ ଲକ୍ଷ ୬୭ ହଜାର ୨୧୬ ସଂକ୍ରମିତ ଓ ୯୯ ହଜାର ୧୩୫ ମୃତ, ଋଷିଆରେ ୪୬ ଲକ୍ଷ ୪୯ ହଜାର ୭୧୦ ସଂକ୍ରମିତ ଓ ୧ଲକ୍ଷ ୩ ହଜାର ୨୬୩ ଜଣ ମୃତ, ୟୁକେରେ ୪୩ ଲକ୍ଷ ୭୩ ହଜାର ୩୪୩ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୧୦୦ ମୃତ, ତୁର୍କୀରେ ୩୯ ଲକ୍ଷ ୩ ହଜାର ୫୭୩ ସଂକ୍ରମିତ ଓ ୩୪ ହଜାର ୧୮୨ ମୃତ, ଇଟାଲିରେ ୩୭ ଲକ୍ଷ ୭୯ ହଜାର ୫୯୪ ସଂକ୍ରମିତ ଓ ୧ଲକ୍ଷ ୧୪ ହଜାର ୬୧୨ମୃତ, ସ୍ପେନରେ ୩୩ ଲକ୍ଷ ୭୦ ହଜାର ୨୫୬ ସଂକ୍ରମିତ ଓ ୭୬ ହଜାର ୫୨୫ ମୃତ, ଜର୍ମାନୀରେ ୩୦ ଲକ୍ଷ ୨୧ ହଜାର ୬୪ ସଂକ୍ରମିତ ଓ ୭୯ ହଜାର ୧୧୦ମୃତ, ପୋଲାଣ୍ଡରେ ୨୫ ଲକ୍ଷ ୮୬ ହଜାର ୬୪୭ ସଂକ୍ରମିତ ଓ ୫୮ ହଜାର ୪୮୧ ମୃତ ରହିଛନ୍ତି ।