ଆଜି +୨ ରେଜଲ୍ଟ ପ୍ରକାଶ ନେଇ ଘୋଷଣା ହେବ ତାରିଖ
ଭୁବନେଶ୍ୱର : ଆଜି +୨ ରେଜଲ୍ଟ ପ୍ରକାଶ ନେଇ ଘୋଷଣା ହେବ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
ତେବେ ପ୍ରଥମେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଏହାପରେ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାରିବ ବୋଲି ଜଣା ପଡିଛି । ମେ ୩୦ କିମ୍ବା ୩୧ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିବା ନେଇ ସୂଚନା ମିଳିଛି । ଜୁନ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳା ପ୍ରକାଶ ପାଇବ।
ସୂଚନା ଯେ, ମାର୍ଚ୍ଚ ୧ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଥିଲା । ୧୯ଟି ସିଟିଂରେ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୧୦ରୁ ୨୨ ମଧ୍ୟରେ ଅନ୍ଲାଇନ୍ରେ ପରୀକ୍ଷା ଖାତା ଦେଖାଯାଇଥିବା ବେଳେ ଏପ୍ରିଲ୍ ୧୦ରୁ ୨୧ ମଧ୍ୟରେ ଅଫଲାଇନ୍ରେ ଖାତା ଦେଖାଯାଇଛି । ୨ୟ ପର୍ଯ୍ୟାୟରେ ଏପ୍ରିଲ୍ ୨୫ରୁ ମେ ୭ ପର୍ଯ୍ୟନ୍ତ ଅନ୍ଲାଇନ୍ ଏବଂ ୨୩ ଏପ୍ରିଲ୍ରୁ ମେ ୪ ପର୍ଯ୍ୟନ୍ତ ଅଫଲାଇନ୍ରେ ଖାତା ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ ସରିବା ପରେ ଏବେ ରାଜ୍ୟ ବାହାରର ଏକ ଆଇଟି ସେଣ୍ଟରରେ ଏହାର ଡାଟା ବେସ୍ ପ୍ରସ୍ତୁତ କରାଯାଉଛି । ଏଥିସହ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏସମସ୍ତ କାର୍ଯ୍ୟ ୨୮ ତାରିଖ ସୁଦ୍ଧା ଶେଷ ହେବ । ୨୮ ତାରିଖ ସଂଧ୍ୟାରେ କେବେ ପରୀକ୍ଷା ଫଳ ପ୍ରକାଶ ପାଇବ ସେନେଇ ତାରିଖ ଘୋଷଣା କରାଯିବ ।