ରାଜ୍ୟରେ ଆଉ ୩,୮୦୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୮୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ହଜାର ୧୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୬୩୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୦ହଜାର ୪୯୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୭୫ ଜଣ ଥିବାବେଳେ ବାଲେଶ୍ୱରରୁ ୨୨୦ଜଣ, ବରଗଡ଼ରୁ ୫୮ଜଣ, ଭଦ୍ରକରୁ ୧୫୮ଜଣ, ବଲାଙ୍ଗୀରରୁ ୨୮ଜଣ, ବୌଦ୍ଧରୁ ୩୫ଜଣ, କଟକରୁ ୩୯୩ଜଣ, ଦେଓଗଡ଼ରୁ ୩୦ଜଣ, ଢେଙ୍କାନାଳରୁ ୪୩ଜଣ, ଗଜପତିରୁ ୪୫ଜଣ, ଗଞ୍ଜାମରୁ ୩୬ଜଣ, ଜଗତସିଂହପୁରରୁ ୧୩୦ଜଣ, ଯାଜପୁରରୁ ୩୪୬ଜଣ, ଝାରସୁଗୁଡ଼ାରୁ ୧୯ଜଣ, କଳାହାଣ୍ଡିରୁ ୪୩ଜଣ, କନ୍ଧମାଳରୁ ୩୪ଜଣ, କେନ୍ଦ୍ରାପଡ଼ାରୁ ୧୪୫ଜଣ, କେନ୍ଦୁଝରରୁ ୮୧ଜଣ, ଖୋର୍ଦ୍ଧାରୁ ୬୧୭ଜଣ, କୋରାପୁଟରୁ ୭୭ଜଣ, ମାଲକାନଗିରିରୁ ୭୫ଜଣ, ମୟୁରଭଞ୍ଜରୁ ୧୫୯ଜଣ, ନବରଙ୍ଗପୁରରୁ ୮୮ଜଣ, ନୟାଗଡ଼ରୁ ୧୩୪ଜଣ, ନୂଆପଡ଼ାରୁ ୩୧ଜଣ, ପୁରୀରୁ ୨୦୦ଜଣ, ରାୟଗଡ଼ାରୁ ୧୧୧ଜଣ, ସମ୍ବଲପୁରରୁ ୪୫ଜଣ, ସୋନପୁରରୁ ୩୬ଜଣ, ସୁନ୍ଦରଗଡ଼ରୁ ୧୧୯ଜଣ ଏବଂ ରାଜ୍ୟ ପୁଲ୍ରୁ ୯୫ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୭୦,୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୨୩,୫୯୯ ଜଣ ସୁସ୍ଥ ହୋଇଥିବା ବେଳେ ୪୩ହଜାର ୩୩୮ଜଣ ସକ୍ରିୟ ମାମଲା ରହିଛି ।