ଆଜି ଭାଲେଣ୍ଟାଇନ୍ସ ଡେ’, ପ୍ରେମୀ ଯୁଗଳଙ୍କ ପାଇଁ ଦିନଟିଏ
![](https://thetruths.in/wp-content/uploads/2023/02/Valentines-Day.jpg)
ଭାଲେଣ୍ଟାଇନ ସପ୍ତାହର ଏହା ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ। ବିଗତ ୭ ଦିନ ଧରି ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଅନ୍ତିମ ଦିବସ ବା ଭାଲେଣ୍ଟାଇନ୍ସ ଡେ’। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଭେଟିବା, ଭ୍ରମଣ ଏବଂ ମଜା କରି ଭାଲେଣ୍ଟାଇନ୍ସ ଡେ ପାଳନ କରିଥାନ୍ତି…..
ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ ।
ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି ପରି ଦିନଟିଏ । ସମସ୍ତଙ୍କୁ ଭଲ ପାଇବାର ଦିନଟିଏ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ ।ଏହା ହିଁ ସର୍ମ୍ପକର ମୁଳତତ୍ୱ , ପ୍ରେମବିନା ଜୀବନ ରଙ୍ଗ ହୀନ । ଏହା ଆଖିରେ ଆଖିରେ ହୁଏ ତ କେବେ ଇସାରାରେ ।
ଆଜି ଭାଲେଣ୍ଟାଇନ୍ସ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟିଏ । ଭାଲେଣ୍ଟାଇନ୍ ସପ୍ତାହ ପାଳନ ପରେ ଆଜି ପ୍ରେମ ଦିବସ ପାଳନ ପାଇଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏହି ସ୍ବତନ୍ତ୍ର ଦିନଟିକୁ ଖାସ୍ କରିବା ପାଇଁ ପ୍ରେମୀଯୁଗଳମାନେ ନାନା ପ୍ରକାରର ଆୟୋଜନ କରିଥାନ୍ତି । କେହି କେହି ଏକାନ୍ତରେ ସମୟ ବିତାଇଥାନ୍ତି ତ କେହି କେହି ବାହାରକୁ ବୁଲି ଯିବାକୁ ପୋଗ୍ରାମ କରିଥାନ୍ତି । ଏପରିକି ପାର୍କ, ମଲ୍, ରେଷ୍ଟୁରାଣ୍ଟରେ ଲାଇଫ୍ ପାଟନର ସହ କିଛି ମୂହୁର୍ତ୍ତ କଟାଇବା ପାଇଁ ପ୍ରେମୀ ଯୁଗଳଙ୍କ ଭିଡ ଦେଖିବାକୁ ମିଳିବ ।