ଆଜି ଧନ୍ତେରାସ୍ ! ସୁନା-ରୂପା କିଣିଲେ ଶୁଭ, ଜାଣନ୍ତୁ କେଉଁ ସମୟରେ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ମିଳିବ ଶୁଭଫଳ
![](https://thetruths.in/wp-content/uploads/2023/11/Dhanteras-1.jpg)
ଆଜି ହେଉଛି ଧନତ୍ରୟୋଦଶୀ । ଯାହାକୁ ଧନତେରାସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସକୁ ସାରା ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରନ୍ତି । ବିଶ୍ବାସ ରହିଛି ଧନତେରାସ ଦିନ ନୂଆ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ । ଧନତେରାସ ଦିନ କିଛି ଲୋକେ ସୁନା, ରୂପା ଘରକୁ କିଣିକି ଆଣିବା ସହ କିଛି ଆସବାବ ପତ୍ର ମଧ୍ୟ ଆଣିଥାନ୍ତି । ଏହି ସବୁ ଜିନିଷ ଘରକୁ ଆଣିଲେ ଘରେ କେବେବି କୌଣସି ଅର୍ଥ ସମସ୍ୟା ରୁହେ ନାହିଁ । ତେଣୁ ଆଜି ବିଭିନ୍ନ ଅଳଙ୍କାର ଦୋକାନରେ ଦେଖିବାକୁ ମିଳିବ ଲୋକଙ୍କ ଭିଡ଼ ।
ଏହି ଦିନକୁ ଲୋକେ ଧନଧାନ୍ୟର ଦିନ ଭାବେ ପାଳନ କରନ୍ତି । ଧନ୍ତେରାସ ପୂଜାରେ ମାଆ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ । ଏହିଦିନଟିକୁ କେହି କେହି ଛୋଟ ଦିପାବଳୀ ବୋଲି ବି କହିଥାନ୍ତି। ଏହି ଦିନରେ କିଛି ନା କିଛି ବସ୍ତୁ କିଣିଲେ ମାଆ ଲକ୍ଷ୍ମୀଙ୍କୁ ଖୁସି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଅଧିକାଂଶ ଲୋକେ ସୁନା, ରୂପା ଓ ହୀରା ଆଦି ଦାମୀ ବସ୍ତୁ କିଣି ଧନ୍ତେରାସ୍ ପାଳନ କରିଥାନ୍ତି । ସୁନା ଅଳଙ୍କାର କିଣିବାକୁ ଲୋକେ ଏହି ଦିନକୁ ଅପେକ୍ଷା କରିଥାନ୍ତି । ଗ୍ରାହାକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୁନାଗହଣା ଦୋକାନରେ ଧନତେରାସ ପାଇଁ ଭଲ ଅଫର ଦିଆଯାଇଥାଏ । ଧନତେରାସରେ କେବଳ ସୁନା ଅଳଙ୍କାର ନୁହେଁ ବିଭିନ୍ନ ବସ୍ତୁ ମଧ୍ୟ କିଣାଯାଇପାରିବ ।
କାର୍ତ୍ତିକ ମାସର ଅମାବାସ୍ୟା ଦିନ ସ୍ୱାତୀ ନକ୍ଷତ୍ରରେ ମାଆ ଲକ୍ଷ୍ମୀ ପୃଥିବୀକୁ ଆସନ୍ତି। ନଭେମ୍ବର ୧୪ ରେ, ଅମାବାସ୍ୟା ରାତି ୨:୧୮ ରୁ ଆରମ୍ଭ ହୋଇଯିବ । ସ୍ୱାତୀ ନକ୍ଷତ୍ର ରାତି ୮:୨୦ ପର୍ଯ୍ୟନ୍ତ ରହିବ। ଏହି ପରିପ୍ରେକ୍ଷୀରେ, ଲକ୍ଷ୍ମୀ ପୂଜାର ଶୁଭ ସମୟ ଅପରାହ୍ନ ୫:୨୨ ରୁ ସନ୍ଧ୍ୟା ୭:୧୨ ପର୍ଯ୍ୟନ୍ତ ଭଲ ରହିବ । ବାଣିଜ୍ୟିକ ସ୍ଥାନରେ ଲକ୍ଷ୍ମୀଙ୍କୁ ରାତି ୩ ଟାରୁ ରାତି ୮:୦୯ ପର୍ଯ୍ୟନ୍ତ ପୂଜା କରାଯାଇପାରେ । ଧନତରାସରେ ନୂତନ ଜିନିଷ କିଣିବା ହିନ୍ଦୁ ଧର୍ମରେ ଶୁଭ ବୋଲି ବିବେଚନା କରାଯାଏ । ସପିଂର ଶୁଭ ସମୟ ସକାଳ ୬.୦୧ ରୁ ରାତି ୮.୩୩ ପର୍ଯ୍ୟନ୍ତ ହେବ ।