ବିଗୁଡ଼ିଛି ରାଜ୍ୟର ସ୍ଥିତି : ୬୧୬୪ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗୁରୁବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬୧୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୭୫ ଓ ସ୍ଥାନୀୟ ଅଞ୍ଚଳରୁ ୨୫୮୯ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮୮ହଜାର ୪୭୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩୬ଜଣ ଥିବାବେଳେ ବାଲେଶ୍ୱରରୁ ୭୮ଜଣ, ବରଗଡ଼ରୁ ୨୩୬ଜଣ, ଭଦ୍ରକରୁ ୭୧ଜଣ, ବଲାଙ୍ଗୀରରୁ ୨୨୬ଜଣ, ବୌଦ୍ଧରୁ ୩୮ଜଣ, କଟକରୁ ୩୬୦ଜଣ, ଦେଓଗଡ଼ରୁ ୩୧ଜଣ, ଢେଙ୍କାନାଳରୁ ୧୭ଜଣ, ଗଜପତିରୁ ୫୫ଜଣ, ଗଞ୍ଜାମରୁ ୧୩୫ଜଣ, ଜଗତସିଂହପୁରରୁ ୬୩ଜଣ, ଯାଜପୁରରୁ ୧୫୪ଜଣ, ଝାରସୁଗୁଡ଼ାରୁ ୩୫୫ଜଣ, କଳାହାଣ୍ଡିରୁ ୪୫୨ଜଣ, କନ୍ଧମାଳରୁ ୨୩ଜଣ, କେନ୍ଦ୍ରାପଡ଼ାରୁ ୪୮ଜଣ, କେନ୍ଦୁଝରରୁ ୨୦୫ଜଣ, ଖୋର୍ଦ୍ଧାରୁ ୧୧୩୨ଜଣ, କୋରାପୁଟରୁ ୪୫ଜଣ, ମାଲକାନଗିରିରୁ ୧୬ଜଣ, ମୟୁରଭଞ୍ଜରୁ ୧୩୬ଜଣ, ନବରଙ୍ଗପୁରରୁ ୨୦୭ଜଣ, ନୟାଗଡ଼ରୁ ୯୯ଜଣ, ନୂଆପଡ଼ାରୁ ୪୫୯ଜଣ, ପୁରୀରୁ ୨୮୬ଜଣ, ରାୟଗଡ଼ାରୁ ୧୦୫ଜଣ, ସମ୍ବଲପୁରରୁ ୨୨୯ଜଣ, ସୋନପୁରରୁ ୯୯ଜଣ, ସୁନ୍ଦରଗଡ଼ରୁ ୪୨୭ଜଣ ଏବଂ ରାଜ୍ୟ ପୁଲ୍ରୁ ୨୪୧ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୮୮,୪୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୫,୦୭୫ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୫୧,୩୮୬ଜଣ ସୁସ୍ଥ ହୋଇଛନ୍ତି ।