ମହାରାଷ୍ଟ୍ରରେ ଲକଡାଉନ୍
- ଆଜି ରାତି ୮ଟାରୁ ମେ ୧ ପର୍ଯ୍ୟନ୍ତ ଲାଗୁ
ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ମହାରାଷ୍ଟ୍ରରେ ଲାଗିଲା ଲକଡାଉନ୍ । ଆଜି ରାତି ୮ ଟା ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି।
ଗାଇଡ୍ ଲାଇନ୍ ଅନୁଯାୟୀ ସବୁ ସରକାରୀ ଅଫିସ୍ ମାତ୍ର ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ବିବାହ ଉତ୍ସବ ମାତ୍ର ୨ ଘଣ୍ଟାର ଅନୁମତି ମିଳିବ । ବିବାହରେ କେବଳ ୨୫ ଜଣ ଲୋକ ସାମିଲ ହୋଇପାରିବେ । ନିୟମ ଭଙ୍ଗକାରୀଙ୍କଠୁ ୫୦ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ । ଏହାସହ କାପାସିଟିର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ସରକାରୀ ବସ୍ । ଛିଡା ହୋଇ ବସ୍ ରେ କୌଣସି ଯାତ୍ରୀ ଯାଇ ପାରିବେ ନାହିଁ । ଏହା ବ୍ୟତୀତ ଘରୋଇ ବସଗୁଡ଼ିକ ଅନ୍ୟ ଜିଲ୍ଲାକୁ ଯାଉଥିଲେ ଜିଲ୍ଲାପାଳଙ୍କ ଅନୁମତି ଦରକାର । ସେହିପରି ଲକ୍ ଡାଉନ୍ ବେଳେ କେବଳ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଯାଆସ ପାଇଁ ଅନୁମତି ମିଳିବ । ଅନ୍ୟ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଜରୁରୀ ନଥିଲେ ବାହାରକୁ ବାହାରିଲେ ୧୦ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ କେବଳ ଜରୁରୀ କାଳୀନ ସେବା ଉପଲବ୍ଧ ହେବ । ଅନ୍ୟ ଜିଲ୍ଲାକୁ କେବଳ ଜରୁରୀକାଳୀନ କାମରେ ଯାଇପାରିବେ ।