ରାଜ୍ୟରେ ଆଉ ୧,୯୧୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଏବେ ଜୁଲାଇ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧ହଜାର ୯୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୮୦୮ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୩ହଜାର ୮୫୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୯୧ ଜଣ ଥିବାବେଳେ ବାଲେଶ୍ୱରରୁ ୮୪ଜଣ, ବରଗଡ଼ରୁ ୧୯ଜଣ, ଭଦ୍ରକରୁ ୫୫ଜଣ, ବଲାଙ୍ଗୀରରୁ ୧୦ଜଣ, ବୌଦ୍ଧରୁ ୭ଜଣ, କଟକରୁ ୨୫୬ଜଣ, ଦେଓଗଡ଼ରୁ ୧ଜଣ, ଢେଙ୍କାନାଳରୁ ୩୭ଜଣ, ଗଜପତିରୁ ୧୬ଜଣ, ଗଞ୍ଜାମରୁ ୭ଜଣ, ଜଗତସିଂହପୁରରୁ ୯୨ଜଣ, ଯାଜପୁରରୁ ୮୭ଜଣ, ଝାରସୁଗୁଡ଼ାରୁ ୯ଜଣ, କଳାହାଣ୍ଡିରୁ ୬ଜଣ, କନ୍ଧମାଳରୁ ୨୫ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେନ୍ଦୁଝରରୁ ୩୩ଜଣ, ଖୋର୍ଦ୍ଧାରୁ ୫୧୮ଜଣ, କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ୧୨ଜଣ, ମୟୁରଭଞ୍ଜରୁ ୬୯ଜଣ, ନବରଙ୍ଗପୁରରୁ ୧୦ଜଣ, ନୟାଗଡ଼ରୁ ୭୬ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୧୮ଜଣ, ରାୟଗଡ଼ାରୁ ୧୧ଜଣ, ସମ୍ବଲପୁରରୁ ୧୫ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୫୦ଜଣ ଓ ରାଜ୍ୟ ପୁଲରୁ ୧୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯ଲକ୍ଷ ୬୩ହଜାର ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯ଲକ୍ଷ ୩୯ହଜାର ୧୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୯ହଜାର ୨୬୧ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୪୩୫୯୦୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।