ବିଗୁଡୁଛି ରାଜ୍ୟର ସ୍ଥିତି : ୧୨,୮୫୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୨ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭ହଜାର ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୫ହଜାର ୬୫୭ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୯୨ହଜାର ୩୮୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୭୪ଜଣ ଥିବାବେଳେ ବାଲେଶ୍ୱରରୁ ୫୦୮ଜଣ, ବରଗଡ଼ରୁ ୪୬୧ଜଣ, ଭଦ୍ରକରୁ ୧୫୧ଜଣ, ବଲାଙ୍ଗୀରରୁ ୨୭୪ଜଣ, ବୌଦ୍ଧରୁ ୩୪୭ଜଣ, କଟକରୁ ୧୦୭୩ଜଣ, ଦେଓଗଡ଼ରୁ ୧୦୫ଜଣ, ଢେଙ୍କାନାଳରୁ ୪୮୨ଜଣ, ଗଜପତିରୁ ୭୭ଜଣ, ଗଞ୍ଜାମରୁ ୩୪୦ଜଣ, ଜଗତସିଂହପୁରରୁ ୩୦୦ଜଣ, ଯାଜପୁରରୁ ୩୩୭ଜଣ, ଝାରସୁଗୁଡ଼ାରୁ ୩୩୯ଜଣ, କଳାହାଣ୍ଡିରୁ ୬୬୮ଜଣ, କନ୍ଧମାଳରୁ ୧୦୪ଜଣ, କେନ୍ଦ୍ରାପଡ଼ାରୁ ୨୮୫ଜଣ, କେନ୍ଦୁଝରରୁ ୧୮୦ଜଣ, ଖୋର୍ଦ୍ଧାରୁ ୧୯୦୯ଜଣ, କୋରାପୁଟରୁ ୨୭୨ଜଣ, ମାଲକାନଗିରିରୁ ୧୧୪ଜଣ, ମୟୁରଭଞ୍ଜରୁ ୫୮୬ଜଣ, ନବରଙ୍ଗପୁରରୁ ୩୪୪ଜଣ, ନୟାଗଡ଼ରୁ ୩୩୧ଜଣ, ନୂଆପଡ଼ାରୁ ୭୦ଜଣ, ପୁରୀରୁ ୪୭୨ଜଣ, ରାୟଗଡ଼ାରୁ ୧୯୮ଜଣ, ସମ୍ବଲପୁରରୁ ୩୫୫ଜଣ, ସୋନପୁରରୁ ୫୫ଜଣ, ସୁନ୍ଦରଗଗଡ଼ରୁ ୮୪୮ଜଣ ଏବଂ ରାଜ୍ୟ ପୁଲ୍ରୁ ୩୩୩ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୯୨,୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୭୭,୯୮୩ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୧୧ହଜାର ୮୬୨ଜଣ ସକ୍ରିୟ ମାମଲା ରହିଛି ।