ବିଗୁଡୁଛି ରାଜ୍ୟର ସ୍ଥିତି : ୧୧,୮୦୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୨ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୬୧୧ ଓ ସ୍ଥାନୀୟ ଅଞ୍ଚଳରୁ ୫ହଜାର ୧୯୪ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୦୦ହଜାର ୪୯୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୬୬୮ଜଣ ଥିବାବେଳେ ବାଲେଶ୍ୱରରୁ ୩୦୩, ବରଗଡ଼ରୁ ୪୨୧ଜଣ, ଭଦ୍ରକରୁ ୩୦୦ଜଣ, ବଲାଙ୍ଗୀରରୁ ୩୫୮ଜଣ, ବୌଦ୍ଧରୁ ୨୪୬ଜଣ, କଟକରୁ ୧୧୯୭ଜଣ, ଦେଓଗଡ଼ରୁ ୧୦୯ଜଣ, ଢେଙ୍କାନାଳରୁ ୨୮୦ଜଣ, ଗଜପତିରୁ ୧୧୫ଜଣ, ଗଞ୍ଜାମରୁ ୩୩୧ଜଣ, ଜଗତସିଂହପୁରରୁ ୨୭୪ଜଣ, ଯାଜପୁରରୁ ୩୯୨ଜଣ, ଝାରସୁଗୁଡ଼ାରୁ ୩୨୭ଜଣ, କଳାହାଣ୍ଡିରୁ ୩୭୭ଜଣ, କନ୍ଧମାଳରୁ ୮୩ଜଣ, କେନ୍ଦ୍ରାପଡ଼ାରୁ ୧୪୭ଜଣ, କେନ୍ଦୁଝରରୁ ୧୮୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪ଜଣ, କୋରାପୁଟରୁ ୧୯୬ଜଣ, ମାଲକାନଗିରିରୁ ୯୪ଜଣ, ମୟୁରଭଞ୍ଜରୁ ୩୭୪ଜଣ, ନବରଙ୍ଗପୁରରୁ ୨୩୯ଜଣ, ନୟାଗଡ଼ରୁ ୨୮୦ଜଣ, ନୂଆପଡ଼ାରୁ ୩୦୭ଜଣ, ପୁରୀରୁ ୩୩୮ଜଣ, ରାୟଗଡ଼ାରୁ ୧୩୭ଜଣ, ସମ୍ବଲପୁରରୁ ୫୫୩ଜଣ, ସୋନପୁରରୁ ୨୧୪ଜଣ, ସୁନ୍ଦରଗଡ଼ରୁ ୧୨୦୯ଜଣ ଏବଂ ରାଜ୍ୟ ପୁଲ୍ରୁ ୨୮୪ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୦୦,୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୯୧,୬୭୪ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୬ହଜାର ୪୭୧ଜଣ ସକ୍ରିୟ ମାମଲା ରହିଛି ।