ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୬ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୧,୫୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୬୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୧୧ଜଣ ଥିବା ବେଳେ କଟକରୁ ୧୦, ଖୋର୍ଦ୍ଧାରୁ ୮, ଭଦ୍ରକରୁ ୬, ଯାଜପୁରରୁ ୫, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ମୟୁରଭଞ୍ଜରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେଓଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୮୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୭୫,୬୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୫୩,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୭୧୫ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୫,୭୬୮ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।